ବି.କେ ଆର୍ଟ କଲେଜର ୨୮ତମ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ ଓ ପ୍ରଦର୍ଶନୀ ପୁସ୍ତିକା ଉନ୍ମୋଚିତ

MAP-10ଆଜି ଜୟଦେବ ଭବନଠାରେ ବିଭୁତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟର ୨୮ତମ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀକୁ ସଂସ୍କୃତି ବିଭାଗ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢି ଉଦଘାଟନ କରିଛନ୍ତି । ଏ ଉପଲକ୍ଷେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହି ସରକାରୀ ଶିକ୍ଷାନୁଷ୍ଠାନର ତରୁଣ ଚିତ୍ରଶିଳ୍ପୀ ମାନଙ୍କ ର ସ୍ଵଅଙ୍କିତ ଚିତ୍ର ପ୍ରଦର୍ଶନୀକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଏକ ପ୍ରଦର୍ଶନୀ ପୁସ୍ତିକା ତାଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା । ଛାତ୍ରଛାତ୍ରୀମାନଙ୍କର ସୁଭବିଷ୍ୟତ କାମନା କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଶିଳ୍ପୀମାନେ ଜାତୀୟସ୍ତରରେ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଓଡିଶାର ସୁନାମ ଆଣିବା ପାଇଁ ଆହ୍ଵାନ ଜଣାଇଥିଲେ । ନିର୍ଦ୍ଦେଶକ ସୁଶୀଲ କୁମାର ଦାସ,ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳଦେବ ପ୍ରସାଦ ମହାରଥୀ ମଞ୍ଚରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ଗଜେନ୍ଦ୍ର ସାହୁ କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ । କୃତି ପ୍ରତିଯୋଗୀଙ୍କୁ ମାନପତ୍ର ବଣ୍ଟନ କାରାଯିବା ପରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Share in top social networks!