ଅଖଣ୍ଡ ଭାରତ ଅଭିଯାନ କ୍ୟାଲେଣ୍ଡରରେ ଓଡିଶାର ପର୍ଯ୍ୟଟନ ଚିତ୍ରକୁ ସ୍ଥାନିତ କରାଯିବ – ପର୍ଯ୍ୟଟନ ସଚିବ

48013ଭାରତ ସରକାରଙ୍କ ଦ୍ଵାରା ପ୍ରତିବର୍ଷ ପ୍ରକାଶ ପାଉଥିବା ଅଖଣ୍ଡ ଭାରତ ଅଭିଯାନ କ୍ୟାଲେଣ୍ଡରରେ ଓଡିଶାର ପର୍ଯ୍ୟଟନ ଚିତ୍ରଗୁଡିକୁ ନବକଳେବର ଉତ୍ସବ ପୂର୍ବରୁ ସ୍ଥାନ ଦିଆଯିବ । ଏ ସମ୍ପର୍କରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ସହ ଆଲୋଚନା କରିଛନ୍ତି ଏବଂ ସେମାନେ ବାର୍ଷିକ କ୍ୟାଲେଣ୍ଡର ରେ ଛାପିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି । ସେ ଦୃଷ୍ଟିରୁ ଆନ୍ତର୍ଜାତିକ ପ୍ରତିଯୋଗିତାରେ କୃତୀତ୍ଵ ହାସଲ କରିଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ଅଙ୍କିତା ଶ୍ରୀ ଜଗନ୍ନାଥ ବାଲୁକା କଳା ସହିତ କୋଣାର୍କ,ପୁରୀ, ଓ ଭୁବନେଶ୍ଵର ସ୍ଵର୍ଣ୍ଣ ତ୍ରିଭୁଜ,ଧଉଳି ବୌଦ୍ଧ ଶାନ୍ତି ସ୍ତୂପ,ଖଣ୍ଡଗିରୀ ଓ ଉଦୟଗିରି ଗୁମ୍ଫା,ଚିଲିକା ହ୍ରଦ, ରତ୍ନଗିରି ,ଲଳିତଗିରି,ଉଦୟଗିରି ଓ ଲାଙ୍ଗୁଡି ଠାରେ ଥିବା ବୌଦ୍ଧ ଫାତୋଚିତ୍ର,କୋରାପୁଟର ଦେଓମାଳୀ,ହରିଶଙ୍କର,ନୃସିଂହନାଥ ,ଭିତରକନିକା କୁମ୍ଭୀରପ୍ରକଳ୍ପ ,ଶିମିଳିପାଳ ଜାତୀୟ ପାର୍କ,ତାପ୍ତପାଣି ଉଷ୍ମପ୍ରସବଣ,ନନ୍ଦନକାନନ ଉଦ୍ଭିଦ ବିଜ୍ଞାନ ପାର୍କ ଗୁଡିକର ଫଟୋ ଚିତ୍ର ତାଙ୍କ ନିକଟକୁ ପଠାଇଛନ୍ତି । ଏହାକୁ ବିଚାର କରି ପ୍ରକାଶ କରାଯିବ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀ ଗିରିଶ ଶଙ୍କର ସମ୍ମତି ପ୍ରଦାନ କରିଛନ୍ତି ।

Share in top social networks!