ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଉ ଏକ ବିଶ୍ଵ ରେକର୍ଡ, ବାଲିରେ ୫୦୦ ସାନ୍ତାକ୍ଲଜ୍

ବିଶ୍ଵମାନ୍ୟତା ପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଉ ଏକ ବିଶ୍ଵ ରେକର୍ଡ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି | ପୁରୀ ମୋଡେଲ ବିଚ୍ ରେ ସେ ୫୦୦ ସାନ୍ତାକ୍ଲଜ୍ ବିଶିଷ୍ଟ ଏକ ସମନ୍ଵିତ ବାଲୁକା କଳା ନିର୍ମାଣ କରୁଛନ୍ତି | ଏହି ବାଲୁକା କଳାକୁ ଆସନ୍ତା କଲି ଉନ୍ମୋଚୋନ କରାଯିବାର କାର୍ଯ୍ୟସୂଚୀ ରହିଛି |ଚାଳିଶ ଫୁଟ ଉଚତା ବିଶିଷ୍ଟ ଏହି ସାମୁହିକ ବାଲୁକା କଳାରେ ଏକ ଫୁଟରୁ ୧୫ ଉଚତା ବିଶିଷ୍ଟ ୫୦୦ଟି ସାନ୍ତାକ୍ଲଜ୍ ମୂର୍ତି ମାନ ସ୍ଥାନ ପାଇଛି | ଲିମକା ବୁକ ଆଫ ୱାର୍ଲ୍ଡ ରେକର୍ଡରେ ଏହି ବାଲୁକା କଳା ସ୍ଥାପନ ପାଇବାର ଆଶା କରାଯାଉଛି |

32436484ଲିମକା ବୁକ ଆଫ ୱାର୍ଲ୍ଡ ରେକର୍ଡର ସମ୍ପାଦକ ବିଜୟା ଘୋଷ ଏହି ମର୍ମରେ ସୁଦରସାନନ୍କୁ ଦେଇଥିବା ଏକ ପତ୍ର ରେ ଲେଖିଛନ୍ତି ଡିସେମ୍ବର ୨୨ ତାରିଖ ଅପରାହନ୍ନ ୪ଟା ସୁଦ୍ଧା ୫୦୦ ଟି ସାନ୍ତାକ୍ଲଜ୍ ନିର୍ମାଣ ଶେଷ କରାଯାଇ ପାରିଲେ ଏହା ଲିମକା ବୁକ ଆଫ ୱାର୍ଲ୍ଡ ରେକର୍ଡ ରେ ସ୍ଥାନିତ ହୋଇପାରିବ | ପୂର୍ବରୁ ପୁରୀ ବେଳାଭୂମି ରେ ବାଲୁକା ଶିଳ୍ପୀ ସୁଦର୍ଶନ ୧୦୦ଟି ସାନ୍ତାକ୍ଲଜ୍ ନିର୍ମାଣ କରି ୨୦୦୯ରେ ଲିମକା ବୁକ୍ ରେ ଏକ ବିଶ୍ଵ ରେକର୍ଡ ସୃଷ୍ଟି କରିଥିଲେ |ଗତ ଚାରି ଦିନ ଧରି ‘ସୁଦର୍ଶନ ସ୍ୟାଣ୍ଡ ଆର୍ଟ ପ୍ରତିଷ୍ଠାନ ’ର ୩୫ ଜଣ ଶିକ୍ଷାନବିଶ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ନେତୃତ୍ଵ ରେ ଏହି ବାଲୁକା ମୂର୍ତି ନିର୍ମାଣ ଚଳାଇଛନ୍ତି |

Share in top social networks!