ଜଳ ପରିମଳ ଓ ସ୍ୱାସ୍ଥ୍ୟ ଉପରେ ଗୋଷ୍ଠୀ ସଚେନତତା କାର୍ଯ୍ୟକ୍ରମ

WASH Training programme underway at Nimapadaସ୍ଵେଚ୍ଛା ସେବି ସଂଗଠନ ଆକ୍ ସେନ୍ ଏଡ୍ ,ଦଳିତ ଅଧିକାର ସଂଘ ଓ ଇଣ୍ଡିଆ ପକ୍ଷରୁ ଜଳ ପରିମଳ ଓ ସ୍ୱାସ୍ଥ୍ୟ ଉପରେ କଳାପାଞ୍ଚଣ ଗ୍ରାମପଞ୍ଚାୟତରେ ଏକ ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଆନ୍ତର୍ଜାତିକ ସଂଗଠନ ଇକୋ ସହାୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୪୦ ରୁ ଅଧିକ ସ୍ୱାସ୍ଥ୍ୟ ପ୍ରୋତ୍ସାହନ ,ଗ୍ରାମ ସ୍ଵେଚ୍ଛାସେବୀ ,ଗ୍ରାମ ଜଳ ଓ ପରିମଳ ସମିତି ତଥା ଫାଇଲିନ୍ ପ୍ରତିକାର ସମିତିର ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ରହି ପିଇବାପାଣିର ଉପଯୋଗ ,ବ୍ୟକ୍ତିଗତ ,ସ୍ଵଛତା ,ହାତ ଢୋଇବା,ଖାଦ୍ୟ ସ୍ଵଚ୍ଛତା ଏବଂ ଉତ୍ତମ ପରିବେଶ ଉପରେ ଜ୍ଞାନ ଆହରଣ କରିଥିଲେ । ଏହା ବ୍ୟତୀତ ଦାସ୍-ଇଣ୍ଡିଆ ସଂଗଠନର ପ୍ରତିନିଧି ଏବଂ ଫାଇଲିନ୍ ପ୍ରକଳ୍ପର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ବାତ୍ୟା ଓ ବନ୍ୟା ସମୟରେ ଜଳ ପରିମଳ ଓ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ କିଭଳି ପଦକ୍ଷେପ ନିଆଯିବ ,ସେହି ଉପରେ ଏକ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଥିଲେ ।

Share in top social networks!