ନାଲକୋ ପକ୍ଷରୁ ଉନବିଂଶ ଅଲ୍ ଓଡିଶା କ୍ଵାଲିଟି ସର୍କଲ୍ ସମାବେଶ ଉଦଘାଟିତ

downloadନାଲକୋ ପକ୍ଷରୁ ଉନବିଂଶ ଅଲ୍ ଓଡିଶା କ୍ଵାଲିଟି ସର୍କଲ୍ ସମାବେଶ, ଆଜି ଭୁବନେଶ୍ଵର ସ୍ଥିତ ନାଲକୋ ନଗର ପରିସରରେ ଉଦଘାଟିତ ହୋଇଯାଇଛି । ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ଦାସ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମ ଟିର ଉଦଘାଟନ କରିଥିଲେ । ଏହି ଅବସରରେ ନାଲକୋର ନିର୍ଦ୍ଦେଶକ ଶ୍ରୀ ଏସ୍.ଏସ୍ ମହାପାତ୍ର ଏବଂ ନିର୍ଦ୍ଦେଶକ (ମାନବ ସମ୍ବଳ ) ଶ୍ରୀ ଏସ୍ ସି ପାଢି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ନିର୍ଦ୍ଦେଶକ (ବାଣିଜ୍ୟ) ଶ୍ରୀମତୀ ସୋମା ମଣ୍ଡଳ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପି ଆଣ୍ଡ ଟି ) ଶ୍ରୀ ଏସ୍ କେ ଦାଶ ମଧ୍ୟ ଉଦଘାଟନ ଅବସରରେ ଯୋଗ ଦେଇଥିଲେ । କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ (ଉତ୍ପାଦନ) ଶ୍ରୀ ଭି ବାଲସୁବ୍ରମନ୍ୟମ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଚଳିତ ବର୍ଷ ‘ଗୁଣାତ୍ମକ ମାନ ହାସଲ ପାଇଁ ଦୌଡରେ କୌଣସି ଶେଷ ସୀମା ନାହିଁ’ ଶୀର୍ଷକରେ ଏହି ସମାବେଶ ଟି ଆୟୋଜନ ହେଉଛି । ଏହି ସମାବେଶରେ ନାଲକୋ,ଟାଟା ଷ୍ଟିଲ ,ଏଚଏଏଲ , ଏନ୍ ଟି ପି ସି ଓ ସେଲ୍ ଭଳି ରାଜ୍ୟର ୨୨ଟି ଶିଳ୍ପଉଦ୍ୟୋଗରୁ ୨୯ଟି କ୍ଵାଲିଟି ସର୍କଲ ଓ ୫ଟି ଟିପିଏମ୍ ସର୍କଲ ସମେତ ୩୪ଟି ଦଳ ଅଂଶଗ୍ରହଣ କରି ସେମାନଙ୍କ କେସ୍ ଷ୍ଟଡି ଉପସ୍ଥାପନ କରିବେ ।

Share in top social networks!