ସାଧାରଣ ନିର୍ବାଚନ ୨୦୧୪ ; ରାଜ୍ୟରେ ହାରାହାରି ମତଦାନ ହାର ୭୪ ପ୍ରତିଶତ

49020ଚଳିତ ସାଧାରଣ ନିର୍ବାଚନରେ ଦ୍ଵିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଗତ କାଲି ଶେଷହୋଇଛି । ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ହାରାହାରି ୭୪% ପ୍ରତିଶତ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଜ୍ୟରେ ନିର୍ବାଚନ ଜନିତ ହିଂସାକାଣ୍ଡ ରେ କେହି ପ୍ରାଣ ହରାଇନଥିବା ଜଣାଯାଇଛି । ସାମଗ୍ରିକ ଭାବରେ ଓଡିଶାରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ହୋଇଛି । ରାଜନୈତିକ ଦଳମାନଙ୍କର ସହଯୋଗ ଏବଂ ନିର୍ବାଚନ ପ୍ରକ୍ରିୟାରେ ସମ୍ପୃକ୍ତ ଅନ୍ୟ ସମସ୍ତ ପକ୍ଷଙ୍କ ସହଯୋଗ ଯୋଗୁଁ ମୁକ୍ତ, ଅବାଧ ତଥା ନିରେପେକ୍ଷ ନିର୍ବାଚନ ପରିଚାଳନା ହୋଇପାରିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ମୋନା ଶର୍ମା ପ୍ରକାଶ କରିଛନ୍ତି । ନିର୍ବାଚନ ସମୟରେ ହୋଡିଂ, ବିଜ୍ଞାପନ ,ଅର୍ଥବଣ୍ଟନ ଇତ୍ୟାଦି ସମ୍ବନ୍ଧରେ ମୁଖ୍ୟତଃ ଅଭିଯୋଗ କରାଯାଇଥିଲା । ଏ ସମ୍ପର୍କିତ ଅଭିଯୋଗର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । Flying squad , static surveillance team , ଅବକାରୀ ବିଭାଗ ଅଧିକାରୀଙ୍କ ଦ୍ଵାରା ନିୟମିତ ତନଖି ଏବଂ ଚଢାଉ କରାଯାଇ ନିର୍ବାଚନ ଜନିତ ଅନିୟମିୟତା ରୋକିବା ଦିଗରେ ପଦକ୍ଷେପ ନିଆଯାଇଛି ବୋଲି ଡଃ ମୋନା ଶର୍ମା କହିଛନ୍ତି । ରାଜ୍ୟରେ ୬୪ ଟି ଷ୍ଟ୍ରଙ୍ଗରୁମରେ ଇଭିଏମ୍ ମେସିନ୍ ଗୁଡିକୁ ୨୪ଘଣ୍ଟିଆ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି । କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଷ୍ଟ୍ରଙ୍ଗ ରୁମର ଚତୁଃପାର୍ଶ୍ଵରେ ମୁତୟନ ରହିଛନ୍ତି । ଷ୍ଟ୍ରଙ୍ଗରୁମ ଗୁଡିକ ନିମନ୍ତେ Close Circuit Camera ମଧ୍ୟ ସଂସ୍ଥାପିତ ହୋଇଛି । ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ରେ ସମ୍ପୃକ୍ତ ସମସ୍ତ ପ୍ରିଜାଇଡିଂ ,ପୋଲିଂ ଅଫିସର ତଥା ଅଧିକାରୀ ଏବଂ କର୍ମଚାରୀ ମାନଙ୍କର କାମକୁ ଡଃ ମୋନା ଶର୍ମା ଭୂୟସୀ ପ୍ରଶଂସା କରିଛନ୍ତି । କେନ୍ଦ୍ରୀୟ ସଶସ୍ତ୍ର ବାହିନୀ, ରାଜ୍ୟ ପୋଲିସ ବାହିନୀ ର ଅଧିକାରୀ ,ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସୁଦୃଢ କରିବା ପାଇଁ ଗଣମାଧ୍ୟମର ଆନ୍ତରିକ ସହଯୋଗ ଓ ସମର୍ଥନ ନିମନ୍ତେ ଡଃ ମୋନା ଶର୍ମା କୃତଜ୍ଞତା ଜ୍ଞାପନ କରିଛନ୍ତି ।

Share in top social networks!