ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ବ୍ୟାପକ ଚଢାଉ

Odishan-MAP-7
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅବ୍ୟବହିତ ପୂର୍ବରୁ ସମଗ୍ର ରାଜ୍ୟରେ ଅବକାରୀ ବିଭାଗର ବ୍ୟାପକ ଚଢାଉ ଜାରି ରହିଛି । ରାଜ୍ୟ ଅବକାରୀ କମିଶନରଙ୍କଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସୁଦ୍ଧା ରାଜ୍ୟରେ ୬୩୬୦ ଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ ୨୨୧୮ଟି ଏ ସମ୍ପର୍କିତ ମୋକଦ୍ଦମା ରୁଜୁ ହୋଇ ବିଭିନ୍ନ ସ୍ଥାନରୁ ୧୭୯୦ଜଣଙ୍କୁ ଗିରଫ କରାଯାଇ ୩୮୦୦୪ଲିଟର ମଦ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୩୮ ଏଲକେଏଚ ୪ ହଜାର ଟଙ୍କା । ଅନ୍ୟ ଏକ ଘଟଣାରେ ଭଦ୍ରକ ରେଳ ଷ୍ଟେସନ ,ଚରମ୍ପା ନିକଟରୁ ୨୭ ଗ୍ରାମ ହେରୋଇନ ଯାହାର ଆନୁମାନିକ ବଜାର ମୂଲ୍ୟ ୨,୭୦,୦୦ ଟଙ୍କା ଏବଂ ୨ କ୍ଵିଣ୍ଟାଲ ଭାଙ୍ଗ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮୦,୦୦୦ ଟଙ୍କା ତାହା ମଧ୍ୟ ଜବତ ହୋଇଛି । ଏହାବ୍ୟତୀତ ୧୩୫ଲିଟର କଣ୍ଟ୍ରିସ୍ପିରିଟ ଚୌଦ୍ଵାର ସହରରୁ ଜବତ ହୋଇଥିବା ଅବକାରୀ କମିସନରଙ୍କ ସୂତ୍ରରୁ ଜଣାପଡିଛି ।

Share in top social networks!