ନାଲକୋ ରିଫାଇନେରୀର ଆଇ.ଏସ୍.ଓ ୫୦୦୦୧ : ୨୦୧୧ ମାନ୍ୟତା ଲାଭ

download (2)କୋରାପୁଟ ଜିଲ୍ଲାର ଦାମନଯୋଡି ସ୍ଥିତ ନବରତ୍ନ ସରକାରୀ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ର ଶକ୍ତି ସଦୁପଯୋଗ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିଚାଳିତ ଆଲୁମିନିୟମ୍ ରିଫାଇନେରୀକୁ ନେଦରଲ୍ୟାଣ୍ଡ ର ମେଷର୍ସ ଡ଼ିଏନଭି-ଜିଏଲ୍ ଆଇ.ଏସ୍.ଓ ୫୦୦୦୧ : ୨୦୧୧ ମାନ୍ୟତା ପ୍ରଦାନ କରାଯାଇଛି । ଏଠାରେ ଉଲ୍ଲେଖାଯୋଗ୍ୟ ଯେ ଶକ୍ତି ପରିଚାଳନା ବ୍ୟବସ୍ଥାକୁ ମାନ୍ୟତା ପ୍ରଦାନ କରୁଥିବା ଆଇ.ଏସ୍.ଓ ୫୦୦୦୧ : ୨୦୧୧ସ୍ଵୀକୃତି ଉଚ୍ଚ ଶକ୍ତି ବ୍ୟବହାର କରୁଥିବା ପ୍ରକ୍ରିୟାକୁ ଚିହ୍ନଟ କରିବା ସହ ଶକ୍ତି ବ୍ୟବହାର ମାତ୍ରାକୁ ହ୍ରାସ କରିବା ପାଇଁ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳ ର ଉପଯୋଗ କରିଥାଏ । ଏହି ମାନ୍ୟତା ଲାଭ ସହ ନାଲକୋ ଅଣ ଲୌହ ଶିଳ୍ପ ଶ୍ରେଣୀ ରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିବା ସହ ପରିବେଶ ସୁରକ୍ଷା ଦିଗରେ ଏହାର ଉଦ୍ୟମ କୁ ମଧ୍ୟ ସ୍ଵୀକୃତି ମିଳିଛି । ଏହି ମାନ୍ୟଦା ଲାଭ ସହ ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ନିମନ୍ତେ ନାଲକୋ ର ପଦକ୍ଷେପ ଗୁଡିକ କମ୍ପାନୀକୁ ଆଲୁମିନିୟମ୍ ଉଦ୍ୟୋଗ ନିମନ୍ତେ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ।

Share in top social networks!