ବିପୁଳ ବିଜୟ ସହ ବିଜୁ ଜନତାଦଳ ସରକାର ଗଠନ କରିବ – ନବୀନ ପଟ୍ଟନାୟକ

49233ବିଜୁ ଜନତା ଦଳ ପ୍ରତି ଲୋକଙ୍କର ଆଶୀର୍ବାଦ ରହିଛି । ଚାରିଆଡେ ବିଜେଡ଼ି ପ୍ରତି ଜନସାଧାରଣଙ୍କର ଅଦ୍ଭୂତପୂର୍ବ ସମର୍ଥନ ଦେଖିବାକୁ ମିଳୁଛି । ଏହି ନିର୍ବାଚନରେ ଦଳ ବିପୁଳ ଆସନରେ ବିଜୟ କରି ସରକାର ଗଠନ କରିବ ବୋଲି ଆଜି ବିଭିନ୍ନ ସ୍ଥାନରେ ପ୍ରଚାର କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ ଆଜି ବସ୍ତା,ଜଳେଶ୍ଵର,ଭୋଗରାଇ,ସୋର,ସିମୁଳିଆ ,ଚାନ୍ଦବାଲି, ବ୍ରହ୍ମଗିରି ଓ ସତ୍ୟବାଦୀ ଆଦି ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ସମର୍ଥନ ମାଗିଥିଲେ । ବିଜୁ ଜନତା ଦଳ ହିଁ ଲୋକଙ୍କର ସୁଖ ଦୁଃଖର ସାଥି । ଗତ ୧୪ ବର୍ଷ ମଧ୍ୟରେ ରାଜ୍ୟରେ ବିଭିନ୍ନ ବିକାଶର ଧାରା ଜାରି ରହିବା ସହ ସବୁ ବର୍ଗ ଲୋକଙ୍କ ପାଇଁ କଲ୍ୟାଣ କାର୍ଯ୍ୟକ୍ରମ କରାଯାଇଛି । କେଜି ୧ ଟଙ୍କାରେ ଚାଉଳ,ଚାଷୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା,ମମତା ଯୋଜନା,ବୁଢାବୁଢୀ ଙ୍କ ପାଇଁ ପେନସନ୍,ଛାତ୍ରଛାତ୍ରୀମାନଙ୍କ ପାଇଁ ଲାପଟପ ଆଦି ଯୋଜନା ଲୋକମାନଙ୍କ ପାଇଁ ହିତକାରୀ ସାବ୍ୟସ୍ତ ହୋଇଛି । ବିଜୁ ଜନତା ଦଳ ସରକାର ଗଠନ କାଲେ ରାଜ୍ୟରେ ସବୁ କଚ୍ଚା ଘରକୁ ପକ୍କା କରିବା ପାଇଁ ସହାୟତା ଦିଆଯିବ ଏବଂ ଚାଷୀ ଏବଂ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଙ୍କୁ ୧ପ୍ରତିଶତ ସୁଧାରେ ଋଣ ଯୋଗାଇଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ ନିର୍ବାଚନୀ ସଭାରେ କହିଛନ୍ତି । ଅପରାହ୍ନରେ ଭୁବନେଶ୍ଵରରେ ବିଭିନ୍ନ ଅଞ୍ଚଳରେ ରୋଡ୍ ସୋ କରି ଶ୍ରୀ ପଟ୍ଟନାୟକ ନିର୍ବାଚନ ପ୍ରଚାର କରିଥିଲେ ।

Share in top social networks!