ରାଜଧାନୀ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା

downloadରାଜଧାନୀ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା ର ପ୍ରଥମ କାର୍ଯ୍ୟକ୍ରମ ଥିଲା ,ଦୟାଲ୍ ଡ୍ୟାନ୍ସ ଏକାଦୀମୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ । ଏହାପରେ ଝାଡଖଣ୍ଡର କଳାକାରମାନେ ପରିବେଷଣ କରିଥିଲେ ‘ପାଇକା ନୃତ୍ୟ’ । ଏହି ନୃତ୍ୟରେ ଯୁଦ୍ଧର ବିଭିନ୍ନ କୌଶଳକୁ ସେମାନେ ଦେଖାଇଥିଲେ । ପଶ୍ଚିମବଙ୍ଗ ପୁରୁଲିଆରୁ ଆସିଥିବା କଳାକାରମାନେ ପରିବେଷଣ କରିଥିଲେ ‘ ଛଉନୃତ୍ୟ’ ରେ ମହିଷାସୁର ବଦ୍ଧ । ଶେଷରେ ସଂଗୀତା ଗୋସାଇଁ ଏବଂ ସାଥିଙ୍କ ଦ୍ଵାରା ପରିବେଷିତ ହୋଇଥିଲା ଭଜନ ଏବଂ ସୁଗମ ସଙ୍ଗୀତ । ସମସ୍ତ କଳାକାରମାନଙ୍କୁ ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସାଧାରଣ ସମ୍ପାଦକ ଶ୍ରୀ ସନତ ମିଶ୍ର ,ପେଙ୍ଗୁଇନ୍ ହୋମ୍ସ ର ପରିଚାଳନା ନିର୍ଦ୍ଦେଶକ ବିନ୍ଦୁସାଗର ମହାନ୍ତି, ଅମିତ କଲେଜର ଚେୟାରମ୍ୟାନ ଅଧିପ ନାରାୟଣ ମହାନ୍ତି ,ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ଏବଂ ବରିଷ୍ଠ ଆଇନଜୀବୀ ଦୂର୍ଗା ପ୍ରସାଦ କର ଉପସ୍ଥିତ ରହି ସମ୍ମାନିତ କରିଥିଲେ । ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବାସୁଦେବ ନାଥ ।

Share in top social networks!