ଓଡିଶା ବିଜ୍ଞାନ ଏକାଡେମୀ ଭବନର ଶୁଭ ଉଦ୍ଘାଟନ

ଓଡିଶା ବିଜ୍ଞାନ ଏକାଡ଼େମୀର ବହୁ ପ୍ରତିକ୍ଷିତ ବିଜ୍ଞାନ ଭବନକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି |ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ମାନ୍ୟବର ସାଂସଦ , ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ ଏବଂ ବିଧାୟକ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା , ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି ଓ ଶ୍ରୀଯୁକ୍ତ ଭାଗିରଥି ବଡଜେନା ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗର ଯୁଗ୍ମସଚିବ ଶ୍ରୀଯୁକ୍ତ ଉଇଲମ୍ ବିଲୁଙ୍ଗ ଯୋଗ ଦେଇଥିଲେ | ମୁଖ୍ୟମନ୍ତ୍ରୀ ନୃତନ ଭାବନର ବିଭିନ୍ନ ପ୍ରକୋଷ୍ଠ ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ | ଏହି ଅବସରେ ଏକାଡ଼େମୀର ସଭାପତି ପ୍ରଫେସର ବାସୁଦେବ କର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଭବନ ସମ୍ପର୍କରେ ସବିଶେଷ ବିବରଣୀ ଦେଇଥିଲେ | ଏହି ଭବନରେ ୨୦୦ ଆସନ ବିଶିଷ୍ଟ ପ୍ରେକ୍ଷାଳୟ, ଗୋଟିଏ ସମ୍ମିଳନୀ କକ୍ଷ ସାଙ୍ଗକୁ ପାଠାଗାର,କାର୍ଜ୍ୟାଳୟ ଏବଂ ଅତିଥି ବିଶ୍ରାମ କକ୍ଷ ରହିଛି |

ବିଜ୍ଞାନ କୁ ତୃଣମୂଳ ସ୍ତରରୁ ଲୋକପ୍ରିୟ,ପ୍ରଚାର ଓ ପ୍ରସାର ନିମନ୍ତେ ଏବଂ କୋମଳମତି ଛାତ୍ର ଛାତ୍ରୀଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ଏହି ଏକାଡେମୀ ୧୯୮୧ ମସିହା ଉତ୍କଳ ଦିବସରେ କେତେଜଣ ବିଜ୍ଞାନ ପ୍ରେମୀ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିଲା |ପରେ ୧୯୮୪ ମସିହାରେ ସରକାର ଏହାକୁ ହାତକୁ ନେଲେ | ସେହିଦିନଠାରୁ ଏହି ଏକାଡେମି ଅନେକ ବିଜ୍ଞାନ ଧର୍ମୀ କାର୍ଯ୍ୟକ୍ରମ ଯଥା ଜାତୀୟ ବିଜ୍ଞାନ ଦିବସ,ସେମିନାର, କାର୍ମଶାଳା, ସିମ୍ପୋସିୟମ ଆଦି କାର୍ଯ୍ୟକ୍ରମ କରି ଆସୁଅଛି | ବିଜ୍ଞାନ କୁ ଲୋକାଭିମୁଖୀ କରିବା ନିମନ୍ତେ ତିନୋଟି ପତ୍ରିକା ଯଥା ଓଡିଶାରେ ମାନସିକ ପତ୍ରିକା ବିଜ୍ଞାନ ଦିଗନ୍ତ, ୯ ହଜାର ପୁସ୍ତିକା ସ୍କୁଲ,କଲେଜ ଏବଂ ଅନୁଷ୍ଠାନ ମାନଙ୍କୁ ମାଗଣାରେ ଯୋଗାଇ ଦେବା ସହିତ ଇଂରାଜୀ ମାସିକ ପତ୍ରିକା ‘Science Horizon ‘ ଓଡିଶା ସରକାରଙ୍କର ସମସ୍ତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ କଲେଜରେ ମାଗଣାରେ ଯୋଗାଇ ଦେବା ସହିତ ବ୍ରେଲ୍ ଲିପିରେ ମଧ୍ୟ ଏକ ତ୍ରୈମାସିକ ପତ୍ରିକା ପ୍ରକାଶ କରି ଓଡିଶାର ସମସ୍ତ ଦୃଷ୍ଟିହୀନ ବିଦ୍ୟାଳୟରେ ମାଗଣାରେ ବିତରଣ କରୁଛି |

21 ODISHA BIGYANA BHAVAN INAGURATION (3)ଏତଦ୍ ବ୍ୟତୀତ ପ୍ରତ୍ୟେକ ବର୍ଷ ଏକାଡେମୀ ତରଫରୁ ଓଡିଶାରୁ ଏବଂ ଓଡିଶା ବାହାରେ କାର୍ଯ୍ୟରତ ବୈଜ୍ଞାନିକ ମାନଙ୍କୁ ସମ୍ବର୍ଦ୍ଧିତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଛି, ଯେଉଁଥିରେ ବିଜ୍ଞାନର ସର୍ବୋଚୋ ପୁରସ୍କାର ବିଜୁ ପଟ୍ଟନାୟକ ପୁରସ୍କାର ଅନ୍ତର୍ଭୁକ୍ତ |ଆସନ୍ତା ଜାନୁଆରୀ ମାସରେ ସମଗ୍ର ଓଡିଶାରୁ ୨୦ ଜଣ ଛାତ୍ର ଛାତ୍ରୀ ଏବଂ ୧୦ ଜଣ ବିଜ୍ଞାନ ଶିକ୍ଷକଙ୍କୁ କଲିକତାରେ ଅନୁଷ୍ଠିତ ୧୦୦ ତମ ଜାତୀୟ ବିଜ୍ଞାନ କଂଗ୍ରେସରେ ଯୋଗଦାନ ସହିତ କାଳିକତାର ବିଭିନ୍ନ ବୈଜ୍ଞାନିକ ଅନୁଷ୍ଠାନ ଏବଂ ପ୍ରୟୋଗଶାଳା ବୁଲି ଦେଖିବାର ବ୍ୟବସ୍ଥା କରାଯାଇଛି |ଏକାଡ଼େମୀର ନିଜସ୍ଵ ଗୃହ ହୋଇଥିବା ହେତୁ ଏଣିକି ଆଗରୁ ଆହୁରି ଅନେକ ବିଜ୍ଞାନଧର୍ମୀ କାର୍ଯ୍ୟକ୍ରମ ହାତ କୁ ନେଇ ବିଜ୍ଞାନ ର ପ୍ରଚାର ଓ ପ୍ରସାର ରେ ଅଗ୍ରସର ହେବ ଏବଂ ଛାତ୍ର ଛାତ୍ରୀଙ୍କ ମନରୁ ଅନ୍ଧବିଶ୍ଵାସ ଦୂର କରି ସମାଜର ବୃହତ୍ତର ସ୍ଵାର୍ଥ ରେ ସାମିଲ ହେବା ଦିଗରେ ଏକାଡେମୀ କାର୍ଯ୍ୟ କରିପାରିବ |

ଏହି କାର୍ଯ୍ୟକ୍ରମରେ ରାଜ୍ଯର ଅନେକ ବିଶିଷ୍ଟ ବୈଜ୍ଞାନିକ , ବିଜ୍ଞାନ ପ୍ରେମୀ ତଥା ଏକାଡ଼େମୀର ଆଜୀବନ ସଭ୍ୟବୃନ୍ଦ ବହୁ ସଂଖ୍ୟା ରେ ଯୋଗଦାନ କରିଥିଲେ |ଚାରି ମହଲା ବିଶିଷ୍ଟ ଏହି ବିଜ୍ଞାନ ଭବନର ନିର୍ମାଣ କାର୍ଯ୍ୟ କୁ ଇଡିକୋ ତରଫ ରୁ ୨କୋଟି ୮୫ ଲକ୍ଷ ବ୍ୟୟରେ ମାତ୍ର ଦେଢ ବର୍ଷ ମଧ୍ୟରେ ସମାପନ କରାଯାଇଛି |ଏହି ଭବନ ଭୁବନେଶ୍ଵର ସ୍ଥିତ ସହିଦ ନଗରର ପ୍ଲଟ ନଂ – ବି/୨ରେ ଅବସ୍ଥିତ |ଉଦ୍ଘାଟନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏକାଡ଼େମୀର ସଭାପତି ପ୍ରଫେସର ବାସୁଦେବ କର , ସଚିବ ଡାଃ ରେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ |

Share in top social networks!