ପୁରୀ ସମୁଦ୍ର ତଟ ଗାଧୋଇବା ପାଇଁ ଅସୁରକ୍ଷିତ ; ଜିଲ୍ଲାପାଳ ସ୍ପିଡ୍ ବୋଟ୍ ବ୍ୟବସ୍ଥା କରିବାକୁ ଏନଏଚଆରସି ଙ୍କ ନିର୍ଦ୍ଦେଶ

download (1)ବିଶ୍ଵପ୍ରସିଦ୍ଧ ପୁରୀ ସମୁଦ୍ର ଉପକୂଳରେ ଉଚ୍ଚ ଜୁଆର ଆସୁଥିବାରୁ ଏହା ସମୁଦ୍ର ସ୍ନାନ ପାଇଁ ଉପଯୁକ୍ତ ନୁହେଁ । ତେଣୁ ଏଠାକୁ ଗାଧୋଇବାର ମଜ୍ଜା ନେବାକୁଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ମୃତ୍ୟୁ ଯନ୍ତା ପାଲଟିଛି ବୋଲି ପୁରୀ ଜିଲ୍ଲାପାଳ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ସ୍ଵୀକାର କରିଛନ୍ତି । ତେବେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି । ତେବେ ସମୁଦ୍ରରେ ଗାଧୋଇବା ସମୟରେ କିଛି ଅଘଟଣ ରୋକିବା ଓ ଉଦ୍ଧାର କାର୍ଯ୍ୟ ପାଇଁ ସ୍ପିଡ୍ ବୋଟ୍ ବା ୱାଟର ସ୍କୁଟର ପ୍ରସ୍ତୁତ ରଖିବା ଲାଗି ଜାତୀୟ ମାନବାଧିକାର କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ଏ ସମ୍ପର୍କିତ ଅଭିଯୋଗ ଉପରେ ବିଚାର କରି କମିଶନ ଏହି ନିର୍ଦ୍ଦେଶ ନେଇଛନ୍ତି । ଗତବର୍ଷ ଜାନୁୟାରୀରେ ଦାୟର କରିଥିବା ପିଟିସନ ରେ ଆବେଦନକାରୀ ଅଖଣ୍ଡ ଦର୍ଶାଇଥିଲେ ଯେ ପୁରୀ ସମୁଦ୍ରରେ ୫ ବର୍ଷ ମଧ୍ୟରେ ୧୦୦ରୁ ଅଧିକ ପର୍ଯ୍ୟଟକ ମଲେଣି । କିନ୍ତୁ ସରକାର କୌଣସି ପର୍ଯ୍ୟଟକ ମଲେଣି । ଏବେବି ଏହି ଧାରା ଜାରି ରହିଛି । କିନ୍ତୁ ସରକାରଙ୍କ ଚେତା ପଶିନାହିଁ । ଏଭଳି ଘଟଣାକୁ ରୋକିବା ଲାଗି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି , ତାହା ୪ ସପ୍ତାହ ମଧ୍ୟରେ ଜଣାଇବା ଲାଗି କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିବା ପଦକ୍ଷେପ ଗୁଡିକ ଯେମିତି ଠିକରେ କାର୍ଯ୍ୟକାରୀ ହେବ , ତାହା ସୁ ନିଶ୍ଚିତ କରିବାକୁ ମାନବାଧିକାର କମିଶନ କହିଛନ୍ତି ।

Share in top social networks!