ଏକ ଦୃଢ ଆଞ୍ଚଳିକ ଦଳ ହିଁ ଓଡିଶାର ବିକାଶ ଧାରାକୁ ଆଗେଇ ନେଇ ପାରିବ –ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ

48278
କଂଗ୍ରେସ ବିଜେପି ଭଳି ରାଷ୍ଟ୍ରୀୟ ଦଳ ନୁହେଁ,ଏକ ଦୃଢ ଆଞ୍ଚଳିକ ଦଳ ହିଁ ଓଡିଶାର ବିକାଶ ଧାରାକୁ ଆଗେଇ ନେବ ଏବଂ କେନ୍ଦ୍ରରେ ଓଡିଶାର ଦାବୀକୁ ଦୃଢ ଭାବରେ ଉଠାଇ ପାରିବ । ଆଜି ବେଗୁନିଆ,ଖଣ୍ଡପଡା,ନୟାଗଡ,ରଣପୁର,ଖୋର୍ଦ୍ଧା ,ଚିଲିକା,ବ୍ରହ୍ମଗିରୀ,କାକଟପୁର,ନିମାପଡା,ପୁରୀ,ସତ୍ୟବାଦୀ ଓ ପିପିଲି ଆଦି ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କୁ ଉଦବିଧାନ ଦେଇ ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । କେନ୍ଦ୍ରରେ କଂଗ୍ରେସ ସରକାର ଏକ ବିଫଳ ସରକାର ବୋଲି ଅବହିତ କରି ଶ୍ରୀ ପଟ୍ଟନାୟକ କହିଲେ ଯେ ରେଳବାଇ ଠାରୁ ଆରମ୍ଭ କରି,ପ୍ରାକୃତିକ ବିପର୍ଯ୍ୟୟ,ଖଣି ରୟାଲିଟି ସବୁଥିରେ କେନ୍ଦ୍ର ଓଡ଼ିଶାକୁ ଅବହେଳା କରିଛି । ବର୍ତ୍ତମାନର କଂଗ୍ରେସର କିଛି ପରିଚୟ ନାହିଁ ,ଦୁର୍ନୀତି ହେଉଛି ଏହାର ଏକ ମାତ୍ର ପରିଚୟ । ସେହି ପରି ବିଜେପି କୁ ମଧ୍ୟ କଡା ସମାଲୋଚନା କରି କହିଲେ ଯେ ବିଜେପି କୋଟି କୋଟି ଟଙ୍କା ଖର୍ଚ୍ଚ କରି କ୍ୟାମ୍ପେନ କରୁଛି । କିନ୍ତୁ ବାସ୍ତବରେ ଏକାର କୌଣସି ଲୋକପ୍ରିୟତା ଓଡିଶାରେ ନାହିଁ । ବିଜୁ ଜନତା ଦଳର ସମସ୍ତ ପ୍ରାର୍ଥୀ ମାନଙ୍କ ସପକ୍ଷରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ସେମାନଙ୍କୁ ଆଶୀର୍ବାଦ କରିବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଥିଲେ ।

Share in top social networks!