ଭୋଟ ଦାନ ଦିବସଟିକୁ ସବୈତନିକ ଛୁଟି ଦିବସ ଘୋଷଣା

Odishan-MAP-7
ଓଡିଶା ଶିଳ୍ପସଂସ୍ଥା (ଜାତୀୟ ଓ ପର୍ବପର୍ବାଣୀ)ଛୁଟି ଦିବସ ଅଧିନିୟମ,୧୯୬୯ ମସିହାରେ ଆନ୍ତଃସ୍ଥାପିତ ୩(2)ଅନୁଯାୟୀ ପ୍ରତ୍ୟେକ ଶିଳ୍ପ ସଂସ୍ଥା,ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଳିକମାନେ ତଥା ଲୋକପ୍ରତିନିଧି ଅଧିନିୟମ,୧୯୯୬ ର ଧାରା ୧୩୫ B (୧)ଅନୁଯାୟୀ ବ୍ୟବସାୟ,ବ୍ୟାପାର,ଶିଳ୍ପଦ୍ୟୋଗ କିମ୍ବା କୌଣସି ପ୍ରତିଷ୍ଠାନର ମାଳିକମାନେ ସଂସଦ ଓ ରାଜ୍ୟ ବିଧାନସଭା ନିର୍ବାଚନ ଦିବସଟିକୁ ସବୈତନିକ ଛୁଟି ଦିବସ ରୂପେ ପ୍ରଦାନ କରିବା ନିମନ୍ତେ ଘୋଷଣା କରାଯାଇଛି । କେଉଁଝର,ମୟୂରଭଞ୍ଜ,ବାଲେଶ୍ଵର,ଭଦ୍ରକ,ଯାଜପୁର,ଢେଙ୍କାନାଳ,କଟକ,କେନ୍ଦ୍ରାପଡା,ଜଗତସିଂହ ପୁର,ପୁରୀ ଓ ଭୁବନେଶ୍ଵର ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ତା.୧୭.୦୪.୨୦୧୪ ରିଖରେ ଅନୁଷ୍ଠିତ ହେବ । ଏତଦ୍ୱାରା ଓଡିଶା ରାଜ୍ୟର ସମସ୍ତ ଶିଳ୍ପ ସଂସ୍ଥା,ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ,ବ୍ୟବସାୟ,ବ୍ୟାପାର ଓ ଶିଳ୍ପଦ୍ୟୋଗ କିମ୍ବା ଅନ୍ୟ କୌଣସି ପ୍ରତିଷ୍ଠାନର ପରିଚାଳନା କର୍ତ୍ତୁପକ୍ଷ ଦାତାମାନଙ୍କୁ ଜଣାଇ ଦିଆଯାଉଛି ଯେ,ତା ୧୭.୦୪.୨୦୧୪ ରିଖ ଦ୍ଵିତୀୟ ପର୍ଯ୍ୟାୟ ଲୋକସଭା ତଥା ବିଧାନସଭା ନିର୍ବାଚନ ଉପଲକ୍ଷେ ସମ୍ପୃକ୍ତ ଦିବସଟିକୁ ଉପରୋକ୍ତ ନିୟମ ରୂପେ ସବୈତନିକ ଛୁଟି ଘୋଷଣା କରିବାକୁ ବାଧ୍ୟ ଅଟନ୍ତି । ଉପରୋକ୍ତ ଆଦେଶନାମା ବଳରେ ସମ୍ପୃକ୍ତ ଲୋକସଭା ତଥା ବିଧାନସଭା ନିର୍ବାଚନ ମଣ୍ଡଳୀର ଯେଉଁ ଭୋଟଦାତା ମାନେ ନିର୍ବାଚନ ମଣ୍ଡଳୀ ବାହାରେ ଶ୍ରମିକ ରୂପେ କାର୍ଯ୍ୟରତ ଥିବେ ସେମାନେ ସମ୍ପୃକ୍ତ ଦିବସଟିକୁ ସବୈତନିକ ଛୁଟି ଦିବସ ରୂପେ ଉପଲବ୍ଧି କରିବା ପାଇଁ ହକଦାର ହେବେ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଜଣାଇଛନ୍ତି ।

Share in top social networks!