ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ

odisha-map14
ଆସନ୍ତା କାଲି ଓଡିଶାରେ୧୦ ଗୋଟି ଲୋକସଭା ଓ ୭୦ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେଉଛି । ୧୦ ଗୋଟି ଲୋକସଭା ଆସନ ପାଇଁ ୯୮ ଜଣ ପ୍ରାର୍ଥୀ ଲଢୁଛନ୍ତି । ସେମାନଙ୍କ ମଧ୍ୟରୁ ୯୨ଜଣ ପୁରୁଷ ପ୍ରାର୍ଥୀ ଥିବାବେଳେ ୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ୭୦ଟି ବିଧାନ ସଭା ପାଇଁ ୬୭୩ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୨୧ଜଣ ପୁରୁଷ ଓ ୫୨ଜଣ ମହିଳା ଅଛନ୍ତି । ୧୦ଗୋଟି ଲୋକସଭା ନିର୍ବାଚନମଣ୍ଡଳୀ ଯଥା ବରଗଡ,ସୁନ୍ଦରଗଡ,ସମ୍ବଲପୁର,ବଲାଙ୍ଗୀର କଳାହାଣ୍ଡି ,ନବରଙ୍ଗପୁର ,କନ୍ଧମାଳ,ଆସ୍ଥା,ବ୍ରହ୍ମପୁର ଓ କୋରାପୁଟ ଅନ୍ତର୍ଗତ ୧୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେସକାଳ ୭ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ଏହି ୧୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକ ହେଲା – ବରଗଡ,ବ୍ରଜରାଜନଗର,ଝାରସୁଗୁଡା,ରାଉରକେଲା,ସମ୍ବଲପୁର,ପୋଲସରା,କବିସୂର୍ଯ୍ୟନଗର,ଖାଲିକୋଟ,ଛତ୍ରପୁର,ଆସ୍ଥା,ସାନଖେମୁଣ୍ଡି,ହିଂଜିଳି,ଗୋପାଳପୁର,ବ୍ରହ୍ମପୁର,ଦିଗପହଂଡି,ଓ ଚିକିଟି । ଅନ୍ୟାନ୍ୟ ୫୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ବଲାଙ୍ଗୀର,କଳାହାଣ୍ଡି ,ନବରଙ୍ଗପୁର,କନ୍ଧମାଳ,କୋରାପୁଟ ଲୋକସଭା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀର ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀ,ଆସ୍ଥା ଲୋକସଭା ନିର୍ବାଚନ ମଣ୍ଡଳୀର ସୋରଡା,ସମ୍ବଲପୁର ନିର୍ବାଚନ ମଣ୍ଡଳୀ ଲୋକସଭା ଅନ୍ତର୍ଗତ କେବଳ ସମ୍ବଲପୁରକୁ ବାଦ ଦେଇ ଅନ୍ୟାନ୍ୟ ୬ ଟି ବିଧାନସଭା ମଣ୍ଡଳୀ ,ସୁନ୍ଦରଗଡ ଲୋକସଭା ନିର୍ବାଚନ ମଣ୍ଡଳୀର କେବଳ ରାଉରକେଲା କୁ ବାଦଦେଲେ ଅନ୍ୟ ୬ଟି ବିଧାନସଭା ମଣ୍ଡଳୀ ,ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀର ବରଗଡ,ବ୍ରଜରାଜନଗର ଓ ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ବାଦଦେଇ ଅନ୍ୟ ୪ ଗୋଟି ବିଧାନସଭା ଆସନରେ ଭୋଟଦାନ ସକାଳ ୭ଘ.ରୁ ଅପରାହ୍ନ ୪ ଘ.ପର୍ଯ୍ୟନ୍ତ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୧ଲକ୍ଷ ୨୦ହଜାର ପୋଲିଂ ପର୍ସୋନେଲଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ସମସ୍ତେ ଆସନ୍ତା କାଲିସୁଦ୍ଧା ଭୋଟଦାନ କେନ୍ଦ୍ର ରେ ପହଞ୍ଚିଯିବେବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ମୋନା ଶର୍ମା କହିଛନ୍ତି । ବାଲାଟ୍ ୟୁନିଟ ଓ କଣ୍ଟ୍ରୋଲ୍ ୟୁନିଟ ମିଶାଇ ସମୁଦାୟ ୩୮୦୦୦ ଇଭିଏମ୍ ମେସିନ୍ ପ୍ରସ୍ତୁତ ହୋଇଛି । ପ୍ରତ୍ୟେ ବୁଥରେ ଲୋକସଭା ଭୋଟ ପାଇଁ ଗୋଟିଏ,ବିଧାନସଭା ଭୋଟ ପାଇଁ ଗୋଟିଏ ଲେଖାଏଁ ଏହିପରି ୨ଟି ଇଭିଏମ୍ ରହିବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୭,୨୬୬ ଟି ବୁଥରେ ସମ୍ପନ୍ନ ହେବ । ଏହି ପର୍ଯ୍ୟାୟରେ ୧କୋଟି ,୩୬ଲକ୍ଷ,୪୬ହଜାର ୯୮୯ ଭୋଟର ମତଦାନ କରିବେ । ପ୍ରାୟ ୧ହଜାର ୬୦୧ ଟି ବୁଥ୍ ସଂବେଦନଶୀଳ ବୋଲି ଜଣାପଡିଛି । ତେବେ ପୂର୍ବାପେକ୍ଷା ୨ଗୁଣ ପାରାମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । ଓଡିଶା ପୋଲିସ ମଧ୍ୟ ମୁତୟନ କରାଯାଇଛି ବୋଲି ଶ୍ରୀମତୀ ମୋନା ଶର୍ମା କହିଛନ୍ତି । ଗାଁ ଗହଳି ଓ ଅଗମ୍ୟ ଅଞ୍ଚଳରେ କ୍ଲଷ୍ଟର ଗୃପରେ ସୁପରଭାଇଜିଙ୍ଗ ଅଫିସରମାନଙ୍କୁ ନିଯୁକ୍ତ କରାଯାଇଛି । ଗଣମାଧ୍ୟମ ଓ ବିଭିନ୍ନ ରାଜନୈତିକ ଦଳଙ୍କ ବହୁତ ଭଲ ସହଯୋଗ ରହିଛି ବୋଲି ପ୍ରଶଂସା କରି ଶ୍ରୀମତୀ ଶର୍ମା କହିଛନ୍ତି ଯେ ପ୍ରଚାର ଆଜି ଶେଷ ହୋଇଛି । ପ୍ରିଣ୍ଟ-ମିଡିଆରେ ପେଡ-ନିରଡ ମୁଦ୍ରଣ ଓ ଇଲେକ୍ଟ୍ରୋନିକ ଚ୍ୟାନେଲରେ ପ୍ୟାନେଲ ଡ଼ିସକସନ /ବିତର୍କ/କୌଣସି ଦଳ ପ୍ରତି ପକ୍ଷପାତିତା କରି ମତଦେବା ଆଦି ବନ୍ଦ ହେବ ବୋଲି ମୁଁ ଆଶାବାଦୀ ଅଟେ । ୪୮ଘଣ୍ଟା day – day ଘୋଷଣା କରାଯାଇଛି । ମଦ୍ୟ ଦୋକାନ ସଂପୂର୍ଣ୍ଣ ବନ୍ଦ ରହିବ ,ପ୍ଲାଇଂ ସ୍କ୍ୱାର୍ଡ ,ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ , ପର୍ଯ୍ୟବେକ୍ଷକ ସମସ୍ତେ ସଜାଗ ଅଛନ୍ତି । ଅନ୍ୟାନ୍ୟ ରାଜ୍ଯର ଭୋଟ ଉପରେ ଯେପରି କୌଣସି ରାଜ୍ୟର ମତଦାନ ପ୍ରଭାବିତ ନ ହୁଏ ସେଥିପାଇଁ ଏକ୍ ଜିଟ୍ ପୋଲ ଫଳାଫଳ ପ୍ରସାରଣ/ପ୍ରଚାର ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି ଶ୍ରୀମତୀ ମୋନା ଶର୍ମା କହିଛନ୍ତି । ଏହାବ୍ୟତୀତ ଓପନିଅନ୍ ପୋଲ୍ (ପ୍ରାର୍ଥୀ କାହାକୁ ଭୋଟ ଦେବେ ) ଅନ୍ୟାନ୍ୟ ପୋଲ ସମ୍ପର୍କିତ ପ୍ରଚାର ଓ ପ୍ରସାର ୪୮ ଘଣ୍ଟା ପୂର୍ବରୁ ବନ୍ଦ ରଖିବା ପାଇଁ ଆମେ ସମସ୍ତ ଗଣମାଧ୍ୟମ,ନେଟ୍ ସର୍ଭିସ୍ କୁ ନିବେଦନ କରାଯାଇଛି । ଏହା ବ୍ୟତୀତ ଭୋଟ କେନ୍ଦ୍ରରେ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ପାନୀୟ ଜଳ,ବିଶ୍ରାମ ନେବା ପାଇଁ ବ୍ୟବସ୍ଥା ଇତ୍ୟାଦିର ଆୟୋଜନ କରାଯାଇଛି । ବୟୋଜ୍ୟେଷ୍ଠ,ଶାରୀରିକ ଅକ୍ଷମ ଲୋକଙ୍କ ପାଇଁ ପ୍ରଥମେ ଭୋଟ ସୁବିଧା,ଭୋଟର ଯେପରି ବୁଥ ଭିତରକୁ କ୍ୟାମେରା,ମୋବାଇଲ ଫୋନ,ଭିଡିଓ କ୍ୟାମେରା ସାଥିରେ ନନିଅନ୍ତି ସେଥିପତି ମଧ୍ୟ ଦ୍ରୁଷ୍ଟି ଦିଆଯିବ ।

Share in top social networks!
Powered By Indic IME