ସବୁ ନେତା ଯୁବ ସମାଜକୁ ଠକିଛନ୍ତି-କ୍ରାନ୍ତି ଓଡିଶା

odisha-map8
ଅଭାରତ ବର୍ଷ ସ୍ଵାଧୀନତା ପ୍ରାପ୍ତିପରେ ଦେଶରେ ଓ ଆମ ରାଜ୍ୟରେ ନିର୍ବାଚନ ପରେ ନିର୍ବାଚନ ବହୁ ନିର୍ବାଚନ ହୋଇଛି । ଚଳିତ ବର୍ଷ ମଧ୍ୟ ସମଗ୍ର ଦେଶରେ ଓ ଆମ ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଶାସକ ଦଳ ସମେତ ବିରୋଧୀ ଦଳ ଓ ବହୁ ଦଳ ନିର୍ବାଚନ ରଣାଙ୍ଗନକୁ ଓଲ୍ହାଇଛନ୍ତି । ଇସ୍ତାହାର ପରେ ଇସ୍ତାହାର,ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଘୋଷଣା କରିଚାଲିଛନ୍ତି । କିନ୍ତୁ ଯୁବ ସମାଜର ଭବିଷ୍ୟତ ପାଇଁ କିଛିକରିନାହାନ୍ତି କିମ୍ବା କରିପାରିବେ ନାହିଁ । ରାଜ୍ୟର ଶାସକ ବିଜେଡି ଦୀର୍ଘ ୧୫ ବର୍ଷର ଶାସନ କାଳ ମଧ୍ୟରେ ଗୋଟାଏ ମଧ୍ୟ ସ୍ଥାୟୀ ନିଯୁକ୍ତି କରିନାହିଁ । ୨୦୦୦ମସିହାରୁ ୧୦୧୩ ମସିହା ମାର୍ଚ୍ଚ ମଧ୍ୟରେ ବିଭିନ୍ନ ଦିଗରେ ଖାଲି ହୋଇଥିବା ୨ଲକ୍ଷ ୧୯ହଜାର ପଦବୀକୁ ସରକାର ଉଚ୍ଛେଦ କରିଦେଇଛନ୍ତି । କେନ୍ଦ୍ର ଦୁଇହଜାର ମସିହାଠାରୁ ରାଜ୍ୟକୁ ୧ଲକ୍ଷ ୨୭ହଜାର ସ୍ଥାୟୀ ଶିକ୍ଷକ ନିଯୁକ୍ତି ନିମନ୍ତେ ପୂର୍ଣ୍ଣ ଅନୁଦାନ ଦେଉଛି । କେନ୍ଦ୍ରସରକାରର ଅନୁଦାନକୁ ରାଜ୍ୟ ସରକାର କେବଳ କାଗଜ କଲମରେ ଦର୍ଶାଇ ତାକୁ ମଧ୍ୟ ହଡପ କରିଛନ୍ତି । ରାଜ୍ୟ ସରକାର ଦୀର୍ଘ ୧୫ବର୍ଷ ମଧ୍ୟରେ ଗୋଟିଏ ମଧ୍ୟ ନିଯୁକ୍ତି ବ୍ୟବସ୍ଥା କରିନାହାନ୍ତି । ସରକାର ଓ ରାଜ୍ୟ ବିରୋଧୀ ଦଳ ନେତାମାନଙ୍କର ଅପାରଗତା ଯୋଗୁଁ ତାହା ମଧ୍ୟ କାର୍ଯ୍ୟକାରୀ ହୋଇପାରୁନାହିଁ । ବର୍ତ୍ତମାନର ସରକାର ଦୀର୍ଘ ୧୫ବର୍ଷ ମଧ୍ୟରେ ୫୪ହଜାର କୋଟି ଟଙ୍କା ଋଣ କରିସାରିବା ବଲେ ଋଣ ଆଣିଲେ ଓ ଖଣି ଖାଦାନ ବିକିଲେ ରାଜ୍ୟ ଚାଲୁଅଛି । ତେଣୁ ଯୁବସମାଜର ଭୋଟ ପାଇବାର ଅଧିକାର ତଥାକଥିତ ନେତାମାନଙ୍କର ନାହିଁ । ଚଳିତ ନିର୍ବାଚନରେ ସମଗ୍ର ଯୁବ ସମାଜ (ନୋଟା)ବଟମ ଦବାଇ ନେତାମାନଙ୍କୁ ଉପଯୁକ୍ତ ଶିକ୍ଷାଦେବାର ସମୟ ଆସିଛି ବୋଲି କ୍ରାନ୍ତି ଓଡିଶା ଆହ୍ଵାନ ଦେଇଛି ।

Share in top social networks!