ଭାରତର ସର୍ବ ବୃହତ ସଂଗ୍ରହାଳୟ ପ୍ରଦର୍ଶନୀରେ ଓଡିଶା କଳାକୃତୀର ବିଶେଷ ଆକର୍ଷଣ

download (1)ଏଠାକାର ଜାତୀୟ ସଂଗ୍ରହାଳୟରେ ଆରମ୍ଭ ହୋଇଥିବା ୧୧ ସପ୍ତାହ ବ୍ୟାପି କଳା ସ୍ଥାପତ୍ୟ ପ୍ରଦର୍ଶନୀରେ ଓଡିଶାର ପ୍ରାୟ ୧୩ଟି କଳାକୃତି ସ୍ଥାନ ପାଇଛି । ଏହା ପଶ୍ଚିମାଞ୍ଚଳ ରାଜ୍ୟର ଉଚ୍ଚକୋଟୀର କଳା ଭାସ୍କର୍ଯ୍ୟ ସ୍ୱରୂପ ପ୍ରଦର୍ଶିତ ହୋଇଛି । ‘ରୂପ ପ୍ରତିରୂପ’ଶୀର୍ଷକ ପ୍ରଦର୍ଶନୀରେ ଦେଶର ପ୍ରାୟ ୪୪ ଜଣ ନାମି ଶିଳ୍ପୀଙ୍କର ମୋଟ ୩୦୦ଟି କଳାକୃତି ସ୍ଥାନ ପାଇଛି । ଓଡିଶା କଳାକୃତି ପ୍ରଦର୍ଶନୀର ସଂଖ୍ୟା କମ୍ ରହୁଥିଲେ ମଧ୍ୟ ମାନ ଦୃଷ୍ଟିରୁ ଏଗୁଡିକ ପ୍ରଶଂସୀୟ । ପ୍ରଦର୍ଶନୀ ସଂପର୍କରେ ସଂଗ୍ରହାଳୟର ମହାନିର୍ଦ୍ଦେଶକ dr.venu.v କହିଛନ୍ତି ଯେ ବିଶିଷ୍ଟ କଳା ଐତିହାସିକ dr naman p.ahuja ଙ୍କ ତତ୍ଵାବଧାନରେ ମାର୍ଚ୍ଚ ୧୪ ତାରିଖରୁ ଜୁନ ୭ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧୮,୫୦୦ ବର୍ଗ ଫୁଟ ପରିମିତ ସ୍ଥାନରେ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି । ଓଡିଶା ଏକାଂଶରେ ପଥର ଖୋଦେଇ ଆଠୋଟି ସୁନ୍ଦର ମୂର୍ତ୍ତି “ଅଷ୍ଟଦିଗପାଳ” ସ୍ଥାନ ପାଇଛନ୍ତି । ପ୍ରଦର୍ଶନୀକୁ ଯେଉଁ ଆଠୋଟି ଶ୍ରେଣୀରେ ବିବକ୍ତ କରାଯାଇଛି ସେଥିମଧ୍ୟରେ ଜୀବନ ଓ ଶରୀର ଗଠନକୁ ନେଇ ଥିବା ଏକାଂଶ The Body in the Cosmos ବିଭାଗରେ ଏହି କଳାକୃତି ଗୁଡିକ ସ୍ଥାନ ପାଇଛି । ସେଗୁଡିକ ହେଲା ଐଶାନ୍ୟ,ଇନ୍ଦ୍ର,ସୂର୍ଯ୍ୟ,ଅଗ୍ନି,ବାୟୁ,ବରୁଣ ଓ ଜମ । ପୌରଣିକ ଯୁଗର ପୁତନା-ରାକ୍ଷସୀର ଦୁଇଟି ରୂପ ଯେଉଁ ଭଳି ଭାବେ କଠୋର ଖୋଦେଇ ହୋଇଛି ତାହା ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ । ସଂଗ୍ରହାଳୟ ର ମହାନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ ପୁତନା ରାକ୍ଷସୀର ଜୀବିତ ଓ ମରୁତ ଅବସ୍ଥାକୁ ନେଇ ବିଂଶ ଶତାବ୍ଦୀରମଧ୍ୟ ଭାଗରେ ନିର୍ମିତ ହୋଇଥିବା ଏହି ଭାସ୍କର୍ଯ୍ୟଟି ପ୍ରଦର୍ଶନୀରେ ବେଶ୍ ଆକର୍ଷଣୀୟ ହେବ । ଏହି ପ୍ରଦର୍ଶନୀରେ ୪୦୦୦ ବର୍ଷର ପୁରୁଣା ପ୍ରାଚୀନ ସଂସ୍କୃତିର ସ୍ମୃତି ଚାରଣ କରାଯିବା ସଙ୍ଗେ ସଙ୍ଗେ ହିନ୍ଦୁ,ମୁସଲମାନ,ଶିଖ୍,ଜୈନ ଏବଂ ଖ୍ରୀଷ୍ଟିୟାନ ଡ଼ିଏଚଆରଏମ ମଧ୍ୟରେ ସମନ୍ୱେୟ ସ୍ଥାପନ କରିବା ବୋଲି ଆଶା । ଗ୍ୟାଲେରୀର Birth ବିଭାଗରେ ପୁତନା କଳାକୃତି ଟି ବେଶ୍ ଆକର୍ଷଣୀୟ ଏବଂ ଅନବଦ୍ୟ ସୃଷ୍ଟି ବୋଲି ଜବାହାରଲାଲ ଲାଲ ନେହେରୁ ବିଶ୍ଵ ବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡାଃ Ahuja ମତବ୍ୟକ୍ତ କରିଛନ୍ତି । କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିବା ଗଙ୍ଗରାଜା ନରସିଂହ ଦେବା -୧ ଙ୍କର କାଳମୁଗିନୀ ପଥରରେ ତିଆରି ଏକ ସ୍ଥାପତ୍ୟ The Body Ideal : Heroic ବିଭାଗରେ ଛଅ ନମ୍ବର ଗ୍ୟାଲେରୀରେ ସ୍ଥାନପାଇଛି । ତ୍ରୟୋଦଶ ଶତାବ୍ଦୀର ଏହି ରାଜାଙ୍କର ପରାକ୍ରମ ଓ କରୁଣା ଭାବ ଏହି କଳାକୃତିରେ ଦର୍ଶାଯାଇଛି । ଭୁବନେଶ୍ଵରସ୍ଥିତ ରାଜ୍ୟ ସଂଗ୍ରହାଳୟ ର ଦଶମ ଶତାବ୍ଦୀର ବ୍ରୋଞ୍ଜ ଧାତୁରେ ନିର୍ମିତ ମନସ୍କାମନା ପୂରଣ ପୂର୍ବକ ବୌଦ୍ଧ ସ୍ତୂପ ମଧ୍ୟ ଏହି ପ୍ରଦର୍ଶନୀରେ ସ୍ଥାନପାଇଛି । ଆଉ ଦୁଇଟି ଆକର୍ଷଣୀୟ କାଠ ମୁଖା ଦିଲ୍ଲୀସ୍ଥିତ ହସ୍ତକଳା ସଂରହାଳୟ ରୁ ଅଣାଯାଇଛି । ଏଠି ମଧ୍ୟରୁ ଗୋଟିଏ ଜଟାୟୁର ଭାଇ ‘ସମ୍ପତି’ ଙ୍କ ମୁହଁ ପରି ହୋଇଛି । ଏହାକୁ ସପ୍ତମ ଗ୍ୟାଲେରୀର The Body ideal : Ascetic ବିଭାଗରେ ସ୍ଥାନ ପାଇଛି । ‘ରୂପ ପ୍ରତିରୂପ’ ଶୀର୍ଷକ ଏହି ପ୍ରଦର୍ଶନୀରେ କଳା,ସ୍ଥାପତ୍ୟ,ବସ୍ତ୍ରକଳା, ପ୍ରଭୃତି ସ୍ଥାନ ପାଇବା ସହ କଳା ସମ୍ବନ୍ଧରେ ଭିଡିଓ ଏବଂ ରେକର୍ଡିଙ୍ଗ ସଙ୍ଗୀତ ମଧ୍ୟ ପ୍ରଦର୍ଶିତ ହୋଇଛି । ଆଠଟି ଗ୍ୟାଲେରୀକୁ ନେଇ ପ୍ରଦର୍ଶନୀର ଅବତାରଣା ,ବିଶେଷ ଗବେଷଣା ଓ ସଠିକ ଉଦ୍ୟମ ସକାଶେ ସମ୍ଭବ ହୋଇଛି । Dr Ahuja ଙ୍କ ନେତୃତ୍ଵରେ ଅନ୍ୟୁନ ଦୁଇବର୍ଷ ହେବ ଏଥିପାଇଁ ନିରନ୍ତର କାର୍ଯ୍ୟ କାରୀ ରହିଥିଲା ।ପ୍ରଦର୍ଶନୀରେ କ୍ରମାନ୍ଵୟ ଭାବେ କଳା ସ୍ଥାପତ୍ୟ ପ୍ରଦର୍ଶନ କରାଯାଇ ନଥିଲେ ମଧ୍ୟ ପ୍ରତ୍ୟେକ ର ବିଶେଷ ଭାବାର୍ଥ ରହିଛି ,ଯଥା –ଜନ୍ମ ବନାମ ମୃତ୍ୟୁ,ମୂର୍ତ୍ତିପୂଜା ବନାମ ଅତିମାନସ ପୂଜା ପ୍ରଭୃତି । ଠିକ୍ ଏହିପରି ଏକ ପ୍ରଦର୍ଶନୀ ଗତ ଜାନୁୟାରୀ ୨୬ ତାରିଖରେ ବେଲଜିୟମର ରାଜଧାନୀ Brussels ଠାରେ ଶେଷ ହୋଇଛି ।ଯାହା ହେଉ କେତେକ ଲୋକପ୍ରିୟ ଏବଂ ଆଧୁନିକ ସଂସ୍କୃତି ତଥା ପୌରାଣିକ ନିଷୟକୁ ନେଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି ଯେଉଁଥିରେ କି ରାଜନୈତିକ ,ପୌରାଣିକ,ମନସ୍ତତ୍ଵିକ, ସାମାଜିକ ପ୍ରଭୃତି ଅନେକ ବିଷୟକୁ ଗୁରୁତ୍ଵ ଦିଆଯାଇଛି ।

Share in top social networks!