ଆଚରଣବିଧି ପାଳନ କଡାକଡି ପାଇଁ ସର୍ବାଦଳୀୟ ବୈଠକ ; ଅଭିଯୋଗର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଆଜି ପୂର୍ବାହ୍ନରେ ବିଏମସି ସମ୍ମିଳନୀ କକ୍ଷ ଠାରେ ଏକ ସର୍ବାଦଳୀୟ ବୈଠକ ଆୟୋଜନ କରି ରାଜନୈତିକ ଦଳ ଓ ପ୍ରାର୍ଥୀ ମାନଙ୍କୁ ଆଦର୍ଶ ଆଚରଣ ବିଧି ସମ୍ପର୍କ ଶେଷ ଥର ପାଇଁ ଅବଗତ କରାଯାଇଛି । ବହୁ ପ୍ରାର୍ଥୀଙ୍କର ନିର୍ବାଚନ ବିଧି ବ୍ୟବସ୍ଥା ସମ୍ପର୍କରେ ରହିଥିବା ସନ୍ଦେହ ମୋଚନ କରାଯାଇଛି । ସରକାରୀ କୋଠାବାଡି ,ସରକାରୀ ପରିସର ତଥା ବିଦ୍ୟୁତ ଖୁଣ୍ଟି,ଟେଲିଫୋନ ଖୁଣ୍ଟି ପ୍ରଭୃତି ଯେପରି ପୋଷ୍ଟର ବ୍ୟାନର,ହୋଡିଂ,ମରାକାମରେ ବ୍ୟବହୃତ ନ ହୁଏ ସେଥିପ୍ରତି ଦୃଷ୍ଟିଦେବାକୁ ବ୍ୟବହାରକରାଯାଇଥିଲା । ସେହିପରି କୌଣସି ବେସରକାରୀ କୋଠାବାଡି ରେ ପ୍ରଚାର ଜନିତ ହୋଡିଂ ପୋଷ୍ଟର,ବ୍ୟାନର ଲଗାଇଲେ ସମ୍ପୃକ୍ତ ମାଲିକଙ୍କ ସମ୍ମତିପତ୍ର ସହ ପ୍ରାର୍ଥୀ କିମ୍ବା ଦଳ ତରଫରୁ କରାଯାଇଥିବା ନିବେଦନର ପ୍ରମାଣ ନିର୍ବାଚନ ଅଧିକାରୀଙ୍କୁ ଅବଗତି ନିମନ୍ତେ ପ୍ରେରଣା କରିବାକୁ କୁହାଯାଇଛି । ଯେଉଁ ସବୁ ସ୍ଥାନରେ ବେଆଇନ ଭାବେ ପୋଷ୍ଟର ବ୍ୟାନର ଲାଗିଛି ତାହାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତରଫରୁ ହଟାଯାଉଥିବା ଯୋଗୁଁ ପ୍ରାର୍ଥୀ ଓ ଦଳମାନଙ୍କ ମଧ୍ୟରେ ଏଥିନେଇ ଅଶାନ୍ତି ବ୍ୟକ୍ତ କରାଯାଇଥିଲା । ତେବେ ଏଥିରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଏଣିକି ଅଟୋରିକସା ,ଟ୍ୟାକ୍ସିରେ ପୋଷ୍ଟର ମରାଯିବ ସେଗୁଡିକୁ ପୋଲିସ ଜବତ କରିବ ବୋଲି ପ୍ରାର୍ଥିମାନଙ୍କୁ ଜଣାଇଦିଆଯାଇଛି । ବିଏମସି ଅଞ୍ଚଳରେ ଯେଉଁ ପ୍ରାର୍ଥୀମାନେ ନିଜର ହୋଡିଂ ଲଗାଇବା ପାଇଁ ସ୍ଥାନ ନିରୂପଣ କରିପାରୁ ନାହାନ୍ତି ସେ କ୍ଷେତ୍ରରେ ବିଏମସି ସହଯୋଗ କରିବ ବୋଲି ଆଶ୍ଵାସନା ଦିଆଯାଇଥିଲା । ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାର ଆଠଗୋଟି ନିର୍ବାଚନ ମଣ୍ଡଳିର ରିଟର୍ଣ୍ଣିଂ ଅଫିସର ,ଭୁବନେଶ୍ଵର ଜିଲ୍ଲା ନିର୍ବାଚନ ଅଧିକାରୀ,ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସମେତ ସମସ୍ତ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ ।

Share in top social networks!