ନୂତନ ୨୦୯ଟି ରାଜସ୍ୱ ନିରୀକ୍ଷକ ସର୍କଲ ସୃଷ୍ଟି କରାଯିବ

ରାଜ୍ୟର ୮ଟି ଜିଲ୍ଲା ୨୦୯ଟି ରାଜସ୍ୱ ନିରୀକ୍ଷକ ସର୍କଲ ନୂଆକରି ଖୋଲାଯିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି | ନୂଆକରି ହେବାକୁ ଥିବା ୨୦୯ଟି ରାଜସ୍ୱ ନିରୀକ୍ଷକ ସର୍କଲ ରେ ୨୦୯ଟି ରାଜସ୍ୱ ନିରୀକ୍ଷକ ଏବଂ ୨୦୯ ଜଣ ସହକାରୀ ରାଜସ୍ୱ ନିରୀକ୍ଷକଙ୍କୁ ନିଯୁକ୍ତି ଦିଆଯିବ | ରାଜସ୍ୱ ବିଭାଗ ଅଧୀନରେ କଣ୍ଟ୍ରାକ୍ଟ ଜବ କରୁଥିବା ୨୦୯ ଜଣ କର୍ମଚାରୀ ଙ୍କୁ ନୂଆ ରାଜସ୍ଵ ସର୍କଲ ରେ ପିଅନ ଭାବେ କାର୍ଯ୍ୟ ତୁଲାଇବା ପାଇଁ ନିସ୍ପତି ନିଆଯାଇଛି | ଓଡିଶା ଜିଲ୍ଲା ରାଜସ୍ୱ ସର୍ଭିସ ଧାରା ୧୯୮୩ ଅନୁଯାଇ ଏହି ରାଜସ୍ୱ ନିରିକ୍ଷକ ଏବଂ ସହକାରୀ ରାଜସ୍ୱ ନିରିକ୍ଷକ ପଦବୀ ଗୁଡିକରେ ନିଯୁକ୍ତି ଦିଆଯିବ |

19 WEDNESS DAY ASSAMBLY VEW (4)୮ଟି ଜିଲ୍ଲାରେ ରାଜସ୍ୱ ନିରିକ୍ଷକ ଏବଂ ସହକାରୀ ରାଜସ୍ୱ ନିରିକ୍ଷକ ନିଯୁକ୍ତି ଏହି କ୍ରମରେ ଅର୍ଥାତ କଳାହାଣ୍ଡି ଜିଲ୍ଲାରେ ୬ଟି ତହସିଲରେ ୩୨ଜଣ, ଝାରସୁଗୁଡା ର ୨ଟି ତହସିଲରେ ୨୨ଜଣ, ମୟୂରଭଞ୍ଜର ୮ଟି ତହସିଲରେ ୭୧ଜଣ, ସୁବର୍ଣ୍ଣପୁର ର ୨ଟି ତହସିଲରେ ୭ଜଣ, ବଲାଙ୍ଗୀରର ୬ଟି ତହସିଲରେ ୫୨ଜଣ , ନୂଆପଡା ର ୨ଟି ତହସିଲରେ ୧୧ଜଣ ,ଖୋର୍ଦ୍ଧା ତହସିଲରେ ୪ଜଣ ଏବଂ ସୁନ୍ଦରଗଡ ରେ ୬ଟି ତହସିଲରେ ୧୦ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ରାଜସ୍ୱ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇ କହିଛନ୍ତି |

Share in top social networks!