ନିର୍ବାଚନ ସୁରକ୍ଷା ; କେନ୍ଦ୍ରରୁ ଆସିବେ ୬୦ କମ୍ପାନୀ ଫୋର୍ସ

Odishan-MAP-8ଭୋଟର ,ପ୍ରାର୍ଥୀ,ଓ ବୁଥ୍ ତଥା ସମଗ୍ର ନିର୍ବାଚନ ପ୍ରକ୍ରିୟା ଯେପରି ସୁରୁଖୁରୁରେ ହୋଇ ପାରିବ ,ସେଥି ପାଇଁ ୬୦ କମ୍ପାନୀ ଫୋର୍ସ ଓଡ଼ିଶାକୁ ଆସିବେ । ବିଶେଷ କରି ପ୍ରଥମ ପର୍ଯ୍ୟାୟରେ ମୁଖ୍ୟତଃ ନକ୍ସଲ ଉପଦୃତ ଅଞ୍ଚଳ ଗୁଡିକରେ ଭୋଟ ଗ୍ରହଣ ହେଉଥିବାରୁ ଏହି ସବୁ କେନ୍ଦ୍ରୀୟ ଫୋର୍ସ ନିର୍ବାଚନ ପ୍ରକ୍ରିୟାରେ ସୁରକ୍ଷା ଦେବେ । ଏକ ବିଶ୍ଵସ୍ତ ସୂତ୍ରରୁ ଜଣାଯାଇଛି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦ କମ୍ପାନୀ ଫୋର୍ସ ଗୃହ ମନ୍ତ୍ରଣାଳୟ ରୁ ଆସିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପରେ ଆନ୍ଧ୍ର ପ୍ରଦେଶରୁ ଆଉ ୧୦ କମ୍ପାନୀ ଫୋର୍ସ ଓ ୨୩୨ ଗୋଟି ସାଟେଲାଇଟ୍ ଫୋନ୍ ଯାହା ଗୃହ ମନ୍ତ୍ରଣାଳୟ ମଞ୍ଜୁରୀ କରିଛନ୍ତି , ଖୁବଶୀଘ୍ର ଓଡିଶା ଆସୁଛନ୍ତି । ଏହି ୬୦ କମ୍ପାନୀ ଫୋର୍ସ ମଧ୍ୟରେ ଅଛନ୍ତି ସିଆରପିଏଫ,ବିଏସଏଫ ଏବଂ ଇଣ୍ଡୋ ତିଦ୍ଦସିୟାନ ବର୍ଡର ଫୋର୍ସ ଅନ୍ତର୍ଭୁକ୍ତ ଅଟନ୍ତି । ଭୋଟ ଗ୍ରହଣ ଠାରୁ ଫଳାଫଳ ପର୍ଜଯାବତା ଏହି କେନ୍ଦ୍ରୀୟ ଫୋର୍ସ ଗୁଡିକୁ ମୁତୟନ କରାଯିବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଓଡିଶାରୁ ୧୮ କମ୍ପାନୀ ଫୋର୍ସ ମଧ୍ୟପ୍ରଦେଶ କୁ ପ୍ରେରଣ ହେବ । ଏ ମଧ୍ୟରେ ନିର୍ବାଚନ କମିଶନ ମଧ୍ୟ କୌଣସି ପରିସ୍ଥିତି ଉପୁଜିଲେ ପୋଲିଂ ପାଇଁ ଅନୁକମ୍ପାମୁଲକ ସହାୟତା ଘୋଷଣା କରି ସାରିଛନ୍ତି । ନିର୍ବାଚନ ସହ ସମ୍ପୃକ୍ତ କୌଣସି ଅଧିକାରୀ ବା କର୍ମଚାରୀଙ୍କ ଯଦି ଅକାଳ ବିୟୋଗ ଘଟେ ତେବେ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୁଲକ ରାସୀ ପ୍ରଦାନ କରାଯିବ । ନକ୍ସଲ ବା ଉଗ୍ରପନ୍ଥୀ ମାନଙ୍କ ଦ୍ଵାରା ହିଂସା ଘଟାଜାଇ,ବୋମା ବିସ୍ଫୋରଣ ,ମାଇନିଂ ବ୍ଳାଷ୍ଟିଙ୍ଗ ଦ୍ଵାରା ମୃତ୍ୟୁ ହୁଏ ତେବେ ୨୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ।

Share in top social networks!