ନାଲକୋର ବାର୍ଷିକ ଫଳାଫଳ : ୨୦୧୩-୧୪ ଏ ଯାବତ୍ ସର୍ବାଧିକ ବିକ୍ରିଲବ୍ଧ ଆୟ ଏବଂ ବୈଦେଶିକ ମୁଦ୍ରା ଅର୍ଜ୍ଜନ

nalco logo without bgଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ୨୦୧୩-୧୪ ଆର୍ଥିକ ବର୍ଷରେ ବିକ୍ରିଲବ୍ଧ ଆୟ ଏବଂ ବୈଦେଶିକ ମୁଦ୍ରା ଅର୍ଜ୍ଜନ କ୍ଷେତ୍ରରେ ଏ ଯାବତ୍ ସର୍ବାଧିକ ସଫଳତା ହାସଲ କରିଛି । ଚଳିତ ବର୍ଷ, ୩,୭୧୯ କୋଟି ଟଙ୍କାର ବୈଦେଶିକ ମୁଦ୍ରା ଅର୍ଜ୍ଜନ କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଫେବୃୟାରୀ ୨୦୧୪ରେ ପ୍ରକାଶିତ ଭାରତ ସରକାରଙ୍କ ଲୋକ ଉଦ୍ୟୋଗ ବିଭାଗ ପକ୍ଷରୁ କାରାଯାଇଥିବା ଲୋକ ଉଦ୍ୟୋଗ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ନାଲକୋ, ୨୦୧୩-୧୪ ବର୍ଷରେ ସର୍ବାଧିକ ନିଟ୍ ବୈଦେଶିକ ମୁଦ୍ରା ଅର୍ଜ୍ଜନରେ ତୃତୀୟ ସ୍ଥାନ ହାସଲ କରିଛି । ଏତଦ୍ ବ୍ୟତୀତ ,ନାଲକୋ ବକ୍ସାଇଟ ଓ ଆଲୁମିନା ଉତ୍ପାଦନରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଚଳିତ ବର୍ଷ , କମ୍ପାନୀ ୬୨.୯୩ ଲକ୍ଷ ଟନ୍ ବକ୍ସାଇଟ୍ ଉତ୍ପାଦନ କରିଛି, ଯାହା କି ଏ ଯାବତ୍ ସର୍ବାଧିକ । ୨୦୧୨-୧୩ ରେ କମ୍ପାନୀ ଏ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରି ୫୪.୧୯ ଲକ୍ଷ ଟନ୍ ବକ୍ସାଇଟ୍ ଉତ୍ପାଦନ କରିଥିଲା । ଗତବର୍ଷର ରେକର୍ଡ ୧୮.୦୨ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍ ଉତ୍ପାଦନକୁ ଅତିକ୍ରମ କରି କାମପାଣି ଚଳିତ ଆର୍ଥିକ ବର୍ଷରେ ୧୯.୨୫ ଲକ୍ଷ ଟନ୍ ଆଲୁମିନା ଉତ୍ପାଦନ କାରିଛି । ୨୦୧୨-୧୩ ଆର୍ଥିକ ବର୍ଷରେ କମ୍ପାନୀ ୯.୮୩ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍ ବିକ୍ରି କରିଥିବା ବେଳେ ଚଳିତ ବର୍ଷ ଏହାର ପରିମାଣ ୧୩.୪୨ ଲକ୍ଷ ହୋଇଛି, ଯାହା କି ଏ ଯାବତ୍ ସର୍ବାଧିକ ଅଟେ । ଗତ ବର୍ଷ ,ଆଲୁମିନିୟମ୍ ବିକ୍ରୟ ପରିମାଣ ୪.୦୩ ଲକ୍ଷ ଟନ୍ ଥିବା ବେଳେ ଚଳିତ ବର୍ଷ ଏହା ୩.୨୦ ଲକ୍ଷ ହୋଇଛି ।

Share in top social networks!