ଅଶୋକ ତ୍ରିପାଠୀଙ୍କୁ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି

odisha-map1
୧୯୮୧ବ୍ୟାଚ୍ ବରିଷ୍ଠ ଆଇଏଏସ ଅଫିସର ଅଶୋକ କୁମାର ତ୍ରିପାଠୀଙ୍କୁ ରାଜ୍ୟ ସରକାର ମୁଖ୍ୟଶାସନ ସଚିବ ପାହ୍ୟାକୁ ପାଦୋନ୍ନତି ଦେଇଛନ୍ତି । ୨୦୧୩ ଜୁଲାଇ ପହିଲାରୁ ତାଙ୍କୁ ପିଛିଲା ଭାବେ ଏହି ପଦୋନ୍ନତି ମିଳିଛି । ସେ ପୂର୍ତ୍ତଭଳି ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟକରିବେ । ଏଥିସହିତ ଓଡିଶାରେ ମୁଖ୍ୟଶାସନ ସଚିବ ପାହ୍ୟାରେ ପଦବୀ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ରାଜ୍ୟରେ ମୁଖ୍ୟ ଶାସନ ସଚିବ ପଦବୀ ୬ଟିଥିଲା । ଏହି ପାହ୍ୟାରେ ଆଉ ଗୋଟିଏ ପଦବୀକୁ ମଞ୍ଜୁର ମିଳିବା ପରେ ଶ୍ରୀ ତ୍ରିପାଠୀଙ୍କୁ ପଦୋନ୍ନତି ଦିଆଯାଇଛି ।

Share in top social networks!