୨ରେ ଆସିବେ ରାଜନାଥ ,୪ରେ ମୋଦି

images
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ଆସନ୍ତା ୨ତାରିଖ ଦିନ ଓଡିଶା ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ସଭାପତି ରାଜନାଥ ସିଂହ । ସ୍ଵତନ୍ତ୍ର ବିମାନ ଯୋଗେ ସେ ସେଦିନ ରାଞ୍ଚି ଜଗଦଳପୁର ଦେଇ ପହଞ୍ଚିବେ କୋଟପଡାରେ । ହେଲିକପ୍ଟରରେ ଘୂରିଘୂରି ସେ ସେଦିନ ଚାରିଟି ସାଧାରଣ ସଭାରେ ଯୋଗଦେବେ । ପୂର୍ବାହ୍ନ ୧୧ଟାରେ କୋଟପଡା ଭୈରବ ପଡିଆରେ,୧୨ଟା ୨୦ରେ ଭାବନିପାଟଣା ସରକାରୀ କଲେଜ ପଡିଆରେ,୧ଟା୪୫ମିନିଟରେ ଫୁଲବାଣୀ ପଡିଆରେ,୩ଟା୧୫ରେ ବ୍ରହ୍ମପୁରା ନୀଳକଣ୍ଠେଶ୍ଵର ପଡିଆରେ ହେବାକୁ ଥିବା ସଭାରେ ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ସେହିପରି ଏପ୍ରିଲ ୪ତାରିଖ ଦିନ ଆସିବେ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନାରେନ୍ଦ୍ର ମୋଦି । ଛତିଶଗଡ ରାୟପୁରରୁ ସ୍ଵତନ୍ତ୍ର ବିମାନ ଯୋଗେ ଆସି ସେଦିନ ମଧ୍ୟାହ୍ନ ୧ଟା୪୫ମିନିଟରେ ସେ ନୂଆପଡ଼ାଠାରେ ହେବାକୁ ଥିବା ସାଧାରଣ ସଭାରେ ଯୋଗଦେବେ । ପରେ ହେଲିକପ୍ଟର ଯୋଗେ ସେ ଅପରାହ୍ନ ୩ଟା୪୫ରେ ବଲାଙ୍ଗୀର ଓ ୫ଟା ୧୫ରେ ରାଉରକେଲାରେ ହେବାକୁ ଥିବା ଦୁଇଟି ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଅଭୋଟ ଭିକ୍ଷା କରିବେ । ସେହି ସନ୍ଧ୍ୟାରେ ମୋଦି ରାଉରକେଲାରୁ ଅହମ୍ମଦାବାଦ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

Share in top social networks!