ଓ-ଜେଇଇ ଏଣ୍ଟ୍ରାନ୍ସ ପାଇଁ ୩୯ହଜାର ଆବେଦନକାରୀ

Odishan-MAP-10
ଆସନ୍ତା ମେ-୧୧ରେ ହେବାକୁ ଥିବା ଓ-ଜେଇଇ ଏଣ୍ଟ୍ରାନସ ପାଇଁ ଆବେଦନ ପ୍ରକ୍ରିୟା ଆଜି ଶେଷ ହୋଇଛି । ଚଳିତ ବର୍ଷ ପ୍ରାୟ ୩୯ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଯାହା ପୂର୍ବ ବର୍ଷ ଗୁଡିକ ତୁଳନାରେ ବହୁତ କମ୍ । ଚଳିତ ବର୍ଷ ଉଭୟ ମେଡିକାଲ ଓ ଇଞ୍ଜିନିୟରିଂ ଏଣ୍ଟ୍ରାନ୍ସ ଓ-ଜେଇଇରୁ ବାଦ ପଡ଼ିଥିବାରୁ ଆବେଦନକାରୀଙ୍କ ସଂଖ୍ୟା କମିଛି । ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବୈଷୟିକ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ନାମଲେଖାଇବା ପାଇଁ ଆସନ୍ତା ମେ ୧୧ରେ ଓ-ଜେଇଇ ହେବ । ଚଳିତ ବର୍ଷ ଏମସିଏ,ଏମବିଏ,ଏମ୍.ଟେକ୍,ଲ୍ୟାଟେରାଲ ଏଣ୍ଟ୍ରି ଇଞ୍ଜିନିୟରିଂ,ବି ଫାର୍ମ,ଲ୍ୟାଟେରାଲ ଏଣ୍ଟ୍ରି ଫାର୍ମାସି,ପିଜିଡିଏମ,ପିଜିସିଏମ,ବିଏଚ୍ଏମ୍ଏସ୍,ବିଏଏମ୍ଏସ୍ ପାଇଁ ଏଣ୍ଟ୍ରାନ୍ସ ହେଉଛି । ପରୀକ୍ଷା ସକାଳ ୯ଟାରୁ ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ ହେବ ବୋଲି ଓ-ଜେଇଇ ସଂପାଦକ ପ୍ରିୟବ୍ରତ ସାହୁ କହିଛନ୍ତି ।

Share in top social networks!