ନାଲକୋର ଖଣି ପୁରସ୍କୃତ

IMG_0431ନବରତ୍ନ ସରକାରୀ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ର କୋରାପୁଟ ଜିଲ୍ଲାରେ ଅବସ୍ଥିତ ପଞ୍ଚପଟ୍ଟମାଳୀ ବକ୍ସାଇଟ ଖଣିକୁ ଗତକାଲି ଭୁବନେଶ୍ଵର ଠାରେ ଆୟୋଜିତ ଷୋଡଶ ଖଣି ପରିବେଶ ଓ ଖଣିଜ ଦ୍ରବ୍ୟ ସଂରକ୍ଷଣ ସପ୍ତାହ-୨୦୧୩-୧୪ ର ଉଦଯାପନ ଅବସରରେ ବିଭିନ୍ନ ପୁରସ୍କାର ମିଳିଛି । ଏହି କାର୍ଯ୍ୟକ୍ରମରେ ପଞ୍ଚପଟ୍ଟମାଳୀ ବକ୍ସାଇଟ ଖଣିକୁ ମୃତ୍ତିକା ପରିଚାଳନାରେ ପ୍ରଥମ,ବୃକ୍ଷରୋପଣରେ ପ୍ରଥମ,ପୁନରୁଦ୍ଧାର ଓ ଥାଇଥାନରେ ଦ୍ଵିତୀୟ ଏବଂ ପୂର୍ଣ୍ଣ ଭାବରେ ଯାନ୍ତ୍ରିକ ପରିଚାଳିତ ଖଣି ଭାବେ ସାମଗ୍ରିକ ପ୍ରଦର୍ଶନ କ୍ଷେତ୍ରରେ ଦ୍ଵିତୀୟ ପୁରସ୍କାର ମିଳିଛି । ଉଲ୍ଲେଖନୀୟ ଯୋଗ୍ୟଯେ ଖଣି ପରିବେଶ ଓ ଖଣିଜଦ୍ରବ୍ୟ ସପ୍ତାହ ପ୍ରତିବର୍ଷ ଇଣ୍ଡିଆନ ବ୍ୟୁରୋ ଅଫ୍ ମାଇନ୍ସ (ଭୁବନେଶ୍ଵର କ୍ଷେତ୍ର) ପକ୍ଷରୁ ଆୟୋଜିତ କରାଯାଇଥାଏ ।

Share in top social networks!