ଆରଏସ୍ ଏସ୍ ତରଫରୁ ରାଷ୍ଟ୍ରୀୟ ନବବର୍ଷ ନଗର ପରିକ୍ରମା କଲା ବିଶାଳ ପଥ ସଂଚଳନ

ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ,ଖାରାବେଳ ନଗର ତରଫରୁ ଏକ ଭବ୍ୟ ପଥସଞ୍ଚଳନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଷ୍ଟରକ୍ୟାଣ୍ଟିନ ସ୍ଥିତ ପାଣ୍ଡିତ ଜବାହରଲାଲ ନେହେରୁ ପାର୍କ ନିକଟରୁ ଏହି ବିଶାଳ ପଥସଂଚଳନ ବାହାରି ରେଲୱେଷ୍ଟେସନ ,ରିଲିଆନ୍ସପ୍ରେସ,ନୀଳାଞ୍ଚଳ ହସପିଟାଲ,ଏନଏସି କଲୋନୀ,ଏନଏସି ପ୍ଲାଟ,ଶ୍ରୀୟା ସିନେମା ହଲ ଦେଇ ପ୍ରେସ କଲୋନୀ ଠାରେ ପହଞ୍ଚିଥିଲା । ପୁନର୍ବାର ସେଠାରୁ ଫେରି ପୁଣି ନେହେରୁ ପାର୍କ ରେ ପହଞ୍ଚିଥିଲେ । ସ୍ଵୟଂ ସେବକ ମାନେ ବୀରବେଶରେ ବା ଗଣବେଶରେ ସଜ୍ଜିତ ହୋଇ ବୀରବାଦ୍ୟ ବଜାଇ ନଗର ପରିକ୍ରମା କରିଥିଲେ । ଶେଷରେ ଏହି ନବବର୍ଷ ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉତ୍କଳ ବିଶ୍ଵବିଦ୍ୟାଳୟ ବାଣୀ ବିହାର ରାଜନୀତି ବିଜ୍ଞାନ ର ପ୍ରଫେସର ଡ.ନରୋତମ ଗାହାଣ ଭାରତୀୟ ସଂସ୍କୃତିର ନବ ବର୍ଷ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ର ରାଜ୍ୟ ମହାବିଦ୍ୟାଳୟ ପ୍ରମୁଖ ଶ୍ରୀ ତନ୍ମୟ ମହାପାତ୍ର ରାଷ୍ଟ୍ରୀୟ ନବବର୍ଷର ମହତ୍ଵ ପ୍ରତିପାଦନ କରିଥିଲେ । ସେ କହିଥିଲେ ଚୈତ୍ର ଶୁକ୍ଲପକ୍ଷ ପ୍ରତିପଦ ହେଉଛି ଆମର ନବବର୍ଷ । ଏହି ଦିନ ଠାରୁ ହିନ୍ଦୁ ମାନଙ୍କର ଯୁଗ ଗଣନା କରାଯାଇ ଥିବାରୁ ଏହାକୁ ହିନ୍ଦୁ ନବବର୍ଷ ବ ସାଂସ୍କୃତିକ ନବବର୍ଷ ବୋଲି କୁହାଯାଏ । ଏହି ଦିନ ଟି ରେ ନବବର୍ଷ ଆରମ୍ଭ ହେୟାବା ସହିତ ଅନେକ ଘଟଣାମାନ ଘଟିଛି । ଏହି ଦିନ ସ୍ଵାମୀ ଦୟାନନ୍ଦ ସରସ୍ଵତୀ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ । ଦ୍ଵିତୀୟ ଘଟଣା ହେଉଛି ଏହି ଦିନ 1889 ମସିହାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ପ୍ରତିଷ୍ଠାତା ଡା: କେଶବ ବଳିରାମ ହେଡ୍ ଗେୱାର ନାଗପୁରରେ ଜନ୍ମ ଗ୍ରହଣ କରିଥିଲେ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ ।

Share in top social networks!