ନିର୍ବାଚନୀ ପ୍ରଚାର ସମୟରେ ପ୍ରତ୍ୟହ ପରିସ୍ଥିତି ସମୀକ୍ଷା କରିବାକୁ ଗୃହ ବିଭାଗକୁ ନିର୍ବାଚନ କମିଶନଙ୍କ ଚିଠି

MAP-15ନିର୍ବାଚନୀ ସଭା ପାଇଁ ଗୋଟିଏ ଖେଳପଡିଆ ବୁକିଂ ନେଇ ଲକ୍ଷ୍ନୌ ଓ ଦିଲ୍ଲୀ ଠାରେ ଦୁଇଟି ବଡ ଅଘଟଣ କୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ସମସ୍ତ ରାଜ୍ୟରେ ଗୃହ ବିଭାଗକୁ ଚିଠି ଲେଖି ଜଣାଇଛନ୍ତି ଯେ ନିର୍ବାଚନ ସମୟରେ ପ୍ରତିଦିନ ପରିସ୍ଥିତି ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନିଆଜିବା ଉଚିତ । ମୁଖ୍ୟତଃ ସଂବେଦନଶୀଳ ସ୍ଥାନଗୁଡିକୁ ଚିହ୍ନିତ କରି ସ୍ଥାନୀୟ ପୋଲିସ ପ୍ରଶାସନ ର ସହାୟତାରେ ଏହି କାର୍ଯ୍ୟ ସମ୍ପର୍ଣ୍ଣ ହେବ । ସଭା ସମିତି,ଷ୍ଟେଜ ମାଇକ ,ପ୍ରସେସନ ଓ ରାଲି ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ଆଗୁଆ ଅନୁମତି ନେବାର ବିଧି ବ୍ୟବସ୍ଥା ଥିଲେ ମଧ୍ୟ ସମୟ ସମୟରେ ବିଭିନ୍ନ ରାଜନୈତିକ ଦଳ ଆକ୍ରୋଶ ମନୋଭାବ ପୋଷଣ କରି ବିଶୃଙ୍ଖଳା ସୃଷ୍ଟି କରିଥାଆନ୍ତି । ଫ୍ଲାଇଙ୍ଗ ସ୍କ୍ୱାର୍ଡ , ପ୍ଲାଷ୍ଟିକ୍ ସର୍ଭେ ବୋନସ ପୋଲିସ ପ୍ରଶାସକ ପ୍ରତିଦିନ ପରିସ୍ଥିତି ସମୀକ୍ଷା କରି ନିଜର ଇଣ୍ଟେଲିଜେନ୍ସ ପ୍ରୟୋଗ କରି ଆବଶ୍ୟକ ପଦକ୍ଷେପ ନେବେ । ଶାସକ ଦଳ ଏ ସବୁ ନିର୍ବାଚନୀ ପ୍ରକ୍ରିୟାରେ ନିଜର ଏକଚାଟିଆ ଅଧୀନରେ ସାବ୍ୟସ୍ତ କରିପାରିବେ ନାହିଁ । ଏହା ବାଦ୍ ଦଳ ନିଜର ପ୍ରାର୍ଥୀ /ପ୍ରତିନିଧି/ବା ଅନ୍ୟାନ୍ୟ କର୍ମକର୍ତ୍ତା ଙ୍କ ପାଇଁ ଡାକ ବଙ୍ଗଳା ,ରେଷ୍ଟ ହାଉସ,ଓ ଅନ୍ୟାନ୍ୟ ସରକାରୀ ଭବନ ବୁକିଂ କଲାବେଳେ ଅନ୍ୟାନ୍ୟ ରାଜନୈତିକ ଦଳ ପ୍ରତି ସହାନୁଭୁତି ଶୀଳ ହେବେ ।

Share in top social networks!