ଆଗାମୀ ସାଧାରଣ ନିର୍ବାଚନରେ ଭୁବନେଶ୍ଵର ଲୋକସଭା କ୍ଷେତ୍ର ପାଇଁ ନିଯୁକ୍ତି ସାଧାରଣ ପର୍ଯ୍ୟବେକ୍ଷକ ଏସକେ ସିହ୍ନା ଆସି ପହଞ୍ଚିଛନ୍ତି । ଏଠାରେ ପହଞ୍ଚିବା ପରେ ଖୋର୍ଦ୍ଧା ଜିଲ୍ଲାପାଳ ନିର୍ବାଚନ ଅଧିକାରୀ ନିରଞ୍ଜନ ସାହୁ,ବିଏମସି କମିସନର ତଥା ସହରାଞ୍ଚଳ ନିର୍ବାଚନ ଅଧିକାରୀ କ୍ରିଷନ୍ କୁମାର,ଭୁବନେଶ୍ଵର ଡିସିପି ନିତିନଜିତ ସିଂହ,ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଦିଲ୍ଲୀପ କୁମାର ଦାସ,ପ୍ରମୁଖ ତାଙ୍କୁ ସାକ୍ଷାତ କରି ଲୋକସଭା କ୍ଷେତ୍ର ପାଇଁ କରାଯାଇଥିବା ପ୍ରସ୍ତୁତି ସଂପର୍କରେ ଅବଗତ କରିଥିଲେ । ପର୍ଯ୍ୟବେକ୍ଷକ ଶ୍ରୀ ସିହ୍ନା ଆସନ୍ତାକାଲି ଠାରୁ ଭୁବନେଶ୍ଵର ଅତିରିକ୍ତ ମାଯିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ଠାରେ ପ୍ରତି ଦିନ ଅପରାହ୍ନ ୪ଟା ଠାରୁ ୫ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ନିର୍ବାଚନ ଜନିତ ଅଭିଯୋଗ ଶୁଣାଣି କରିବେ । ଏହା ଛଡା ତାଙ୍କୁ ଯେ କହି ମୋବାଇଲ ନମ୍ବର ୯୪୩୭୪୯୫୭୨ଠାରେ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।