ବିଶିଷ୍ଟ ସମାଜସେବୀ ସୁଦର୍ଶନ ଦାସଙ୍କ ପ୍ରାର୍ଥୀପତ୍ର ଦାଖଲ

downloadହଜାର ହଜାର କର୍ମୀଙ୍କ ସ୍ଵରରେ ସହମତ ହୋଇ ତଥା ଜଳେଶ୍ଵର ନିର୍ବାଚନ ମଣ୍ଡଳୀର ସ୍ଵାର୍ଥ ଓ ସ୍ଵାଭିମାନ କୁ ରକ୍ଷାକରିବା ପାଇଁ ବିଶିଷ୍ଟ ସମାଜସେବୀ ତଥା ସ୍ତମ୍ଭକାର ସୁଦର୍ଶନ ଦାସ ସ୍ଵାଧୀନ ପ୍ରାର୍ଥୀ ଭାବେ ଆଜି ବାଲେଶ୍ଵର ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ପ୍ରାର୍ଥିତ୍ଵ ଜଳେଶ୍ଵରବାସୀଙ୍କ ବହୁଦିନର ବିକଳ୍ପ ନେତୃତ୍ଵର ଅନୁସନ୍ଧାନ ଅନ୍ତ ଘଟାଇଛି । ଶ୍ରୀ ଦାସ ଆଜି ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଓ ସମର୍ଥକଙ୍କ ସହିତ ଜଳେଶ୍ଵର,ରାଜଘାଟ ଦେଇ ୫୦ କିଲୋମିଟର ଏକ ବିଶାଳ ଶୋଭାଯାତ୍ରାରେ ଆସି ବାଲେଶ୍ଵର ଠାରେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କର୍ମୀ ଓ ସମର୍ଥକଙ୍କ କଥାରେ ଏକମତ ହୋଇ ସେ ସ୍ଵାଧୀନ ପ୍ରାର୍ଥୀଭାବେ ନିର୍ବାଚନ ରଣାଙ୍ଗଣକୁ ଓହ୍ଲାଇଛନ୍ତି । ସୂଚନାଯୋଗ୍ୟଯେ ଜଳେଶ୍ଵର ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ଏକ ବିକଳ୍ପ ନେତୃତ୍ଵ ଅଭାବରୁ ଏହା ଦୀର୍ଘବର୍ଷ ଧରିସମାଧାନ ହୋଇପାରି ନାହିଁ । ଜଳେଶ୍ଵର ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବାରୁ ଏଠାରେ କୃଷି ଶିଳ୍ପ,ଶୀତଳ ଭଣ୍ଡାର ,ଚାଷ ଉତ୍ପାଦନର ବଜାର ସମସ୍ୟା ଦେଖାଯାଉଛି । ସବୁ ଆଲୋଚନା ଓ ଅନୁସନ୍ଧାନର ଅନ୍ତ ଘଟାଇ ବିଶିଷ୍ଟ ସମାଜ ସେବୀ ସୁଦର୍ଶନ ଦାସଙ୍କୁ ସ୍ଵାଧୀନ ପ୍ରାର୍ଥୀ ଭାବରେ ନେତୃତ୍ଵ ପ୍ରଦାନ କରି ଜଳେଶ୍ଵରର ସ୍ଵାଭିମାନ ଓ ଆଦର୍ଶକୁ ବଞ୍ଚାଇ ରଖିବା ଏବଂ ଦଳମତ ନିର୍ବିଶେଷରେ ବିଜୟୀ କରିବା ପାଇଁ ଜଳେଶ୍ଵର ବାସୀ ଆହ୍ଵାନ ଦେଇଥିଲେ । ‘ଏହାମୋର ନୁହଁ, ଜଳେଶ୍ଵର ବାସୀଙ୍କ ଲଢେଇ । ମୋ ଉପରେ ଥିବା ଲୋକମାନଙ୍କର ଆସ୍ଥା ଓ ବିଶ୍ବାସକୁ ପାଳନ କାରିବା ପାଇଁ ମୁଁ ସଂକଳ୍ପ ବଦ୍ଧ’ ବୋଲି ଶ୍ରୀଦାସ ପ୍ରାର୍ଥୀପତ୍ର ପ୍ରାଦାନ କରିବା ବେଳେ କହିଥିଲେ ।

Share in top social networks!