ଭୁବନେଶ୍ଵର ଠାରେ ରେଡକ୍ରସ ସୋସାଇଟି ଦ୍ଵାରା WASH(ଜଳ ଓ ପରିମଳ) ମେଳା ଅନୁଷ୍ଠିତ ହୋଇଯାଇଛି

IMG_7924
ଇ ର ଏଜେନ୍ସି ଗ୍ରୁପ,ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟଶାଖ,ଅକ୍ସଫାମ ଇଣ୍ଡିଆ ଓ ସୋଲାର ଅନୁଷ୍ଠାନର ମିଳିତ ସହଯୋଗରେ ସ୍ଥାନୀୟ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ,ୟୁନିଟ-୯,ଭୁବନେଶ୍ଵର ଠାରେ ଏକ WASH(ଜଳ ଓ ପରିମଳ)ମେଳା ଅନୁଷ୍ଠିତ ହୋଇଯାଇଅଛି । ଜଳ ଓ ପରିମଳର ସଚେତନତା ଓ ଆବଶ୍ୟକତା,ବର୍ତ୍ତମାନର ସ୍ୱାସ୍ଥ୍ୟ ସମସ୍ୟା ଓ ଆଗାମୀ ଦିନରେ ହେବାକୁ ଥିବା ଜଳ ଓ ପରିମଳ ସମସ୍ୟାକୁ ଦୂରେଇ ସୁସ୍ଥ ପରିବେଶ ଗଠନ କରିବା ଥିଲା ଏହି ମେଳାର ଉଦ୍ଦେଶ୍ୟ । ଏହି ମେଳାରେ ରାଜ୍ୟର ଖୋର୍ଦ୍ଧା,ସୋନପୁର,ବରଗଡ,ଭଦ୍ରକ,ଢେଙ୍କାନାଳ,କେଉଁଝର,କଟକ,ଜଗତସିଂହପୁର,ଗଜପତି,ଗଞ୍ଜାମ,ନୟାଗଡ,ଫୁଲବାଣୀ,ନୂଆପଡା,ବଲାଙ୍ଗୀର ଓ ପୁରୀ ଜିଲ୍ଲାରୁ ୩୦୦ ରୁ ଊର୍ଦ୍ଧ୍ଵ ଜୁନିୟର ରେଡକ୍ରସ ସ୍ଵେଚ୍ଛାସେବୀ,ପରାମର୍ଶଦାତା,ଇ ର ଏଜେନ୍ସି ଗ୍ରୁପ ସଦସ୍ୟ,ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟଶାଖା,ଅକ୍ସଫାମ ଇଣ୍ଡିଆ ଓ ସୋଲାର ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ । ଏହି ଅନୁଷ୍ଠାନକୁ ଡଃ ମଙ୍ଗଳା ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ ଜଳ ଓ ପରିମଳ ସୁରକ୍ଷା ସମ୍ବର୍ଦ୍ଧିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଶ୍ରୀ ଅକ୍ଷୟ କୁମାର ବିଶ୍ଵାଳ,ଆଞ୍ଚଳିକ ପରିଚାଳକ,OXFAM india,ସୁଶ୍ରୀ ଶିକ୍ଷା ନାୟକ,state consultant,state water and sanitation mission,ଶ୍ରୀ.ବି.ମୋହନ,UNICEF,ଶ୍ରୀ ସମୀର କୁମାର ବେହେରା,ପ୍ରଧାନଶିକ୍ଷକ ୟୁନିଟ -୯,ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ,ଶ୍ରୀ ଅରୁଣ କୁମାର ନାୟକ,ଆଇନ ପରାମର୍ଶ ଦାତା,ରେଡକ୍ରସ ଓଡିଶା ରାଜ୍ୟ ଶାଖା ଏହି କାର୍ଯ୍ୟ କ୍ରମରେ ଅତିଥିରୁପେ ଯୋଦେଇଥିଲେ । ଉକ୍ତ ମେଳାରେ ଅତିଥି ମାନଙ୍କ ଦ୍ଵାରା ଜଳ ଓ ପରିମଳ ଉପରେ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏତଦବ୍ୟତୀତ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ପାଇଁ ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା,OXFAM india,ଉନ୍ନୟନ,ପଲ୍ଲିଶ୍ରୀ,ସୋଲାର ଏବଂ ପ୍ରାକ୍ଟିକାଲ ଆକ୍ସନ ତରଫରୁ ପ୍ରଦର୍ଶନୀ ଷ୍ଟଲ ଖୋଲାଯାଇଥିଲା । ଶ୍ରୀ ମନୋରଞ୍ଜନ ବେହେରା,ଆଇ.ଏ.ଜି ସଂଯୋଜକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କାରିଥିଲେ ।

Share in top social networks!