ଭ୍ରମଣ ବୃତ୍ତାନ୍ତ ଅନ୍ତରଙ୍ଗ ଓଡିଶାର ଉନ୍ମଚିତ।

ଅନ୍ତରଙ୍ଗ ଓଡିଶା ଏକ ଭ୍ରମଣ ବୃତ୍ତାନ୍ତ | ସମ୍ଭବତଃ ଓଡିଶା ଭିତ୍ତିକ ପ୍ରଥମ ଭ୍ରମଣ ବୃତ୍ତାନ୍ତ ଯାହା କେବଳ ଓଡିଶାକୁ ହିଁ ନିଜର ବିଷୟବସ୍ତୁ ଭାବେ ବାଛିଛି | କିଛି ଅଜଣା ଜାଗାଟିଏ ରହିଛି ଏଠି | କିଛି ଜଣାଶୁଣା ଜାଗା ମଧ୍ୟ ଏଠି ଉପସ୍ଥାପିତ ହୋଇଛି | ଯେଉଁ ଜାଗାକୁ ଓଡିଶାର ଲୋକେ ଯିବା ପାଇଁ ଡରନ୍ତି ସେ ଜାଗାରେ ଯେ ପ୍ରକୃତିରଣୀ ଏତେ ସୌନ୍ଦର୍ଯ୍ୟ ଢାଳିଛି ତାର ଏକ ଝଲକ ଏଠି ଦେଖାଇବାକୁ ଚେଷ୍ଟା କରାଯାଇଛି |
21 ANTARANGA ODISHA BOOK RELESE.ASHOK
ଏହି ବହିର ଲେଖକ ହରିହର ପଣ୍ଡା ଯେତେବେଳେ ତାଙ୍କ ଅନୁଭୂତି ସବୁକୁ ଏଠାରେ ଏକାଠି କରାଯାଇଛି |

ଆମ ସହରର ଅଳ୍ପ ପଢୁଆ ଲୋକଟିଏ ସମୟ ପାଇଲେ ଦ୍ଵୀପ ପୁଞ୍ଜ ଦେଖିବାକୁ ଆଣ୍ଡାମନ ନିକୋବର ଯାଉଛି, ବାରମ୍ବାର ସିରିଡି ଯାତ୍ରା କରୁଛି | ସମୁଦ୍ର ଦେଖିବାକୁ ଚେନ୍ନାଇ ଯାଉଛନ୍ତି ହେଲେ ଓଡିଶାରେ କଣ ଜାଗା ନହିଁ ନା ଜାଗା ସମ୍ବନ୍ଧରେ ଲୋକ ଜାଣନ୍ତି ନାହିଁ ? ଏମିତି ପ୍ରଶ୍ନ ସମାଧାନ ପାଇଁ ଏହାକୁ ଓଡିଆରେ ପ୍ରକାଶ କରିବା ପାଇଁ ସ୍ଥିର କରାଯାଇଛି |ପୁଣି ଯେହେତୁ ଓଡିଆ ଆମର ମାର ଭାଷା ଏହି ଭାଷା ରେ ନିଜକୁ ଅଧିକ ସ୍ପଷ୍ଟ କରିବା ପାଇଁ ସହଜ ଅନୁଭବ କରିଥିଲେ ଲେଖକ |

ଓଡିଶା ର 19ଟି ଜାଗାକୁ ଏଥିରେ ସାମିଲ କରାଯାଇଛି | ଯେଉଁଥିରେ କୋଣାର୍କର ସୌନ୍ଦର୍ଯ୍ୟ ରହିଛି ତା ସଙ୍ଗେ ରାମଚଣ୍ଡୀରେ ଭୋଜି , ଚନ୍ଦ୍ରଭାଗାର ବୁଡ , ମେରାଇନ୍ ଡ୍ରାଇଭ୍ ରେ ଯାତ୍ରା |

ସେମିତି ସାତପଡାର ଡଲଫିନ୍, ଚିଲିକା ପାଣିରେ ୨ ଦିନ ବୁଲିବାର ଅନୁଭୂତି, କାଳୀଜାଈଙ୍କ ପରମ୍ପରା ଓ ଇତିହାସ | ଦାରିଦ୍ୟର ଗାଁ ବୋଲି ଜଣାଶୁଣା ଥୁଆଭୁଳ ରାମପୁରର ସୌନ୍ଦର୍ଜ୍ୟ ସାଙ୍ଗେ ଇନ୍ଦ୍ରାବତୀର ସୃଷ୍ଟିସ୍ଥଳ, ଆଦିବାସୀଙ୍କ ଜୀବନ ଶୈଳୀ ଆଉ ସେଠାର ବାସ୍ନା ଚାଉଳର ମହକିଆ ଭାତ |

କନ୍ଧମାଳ ସାମିଲ ହୋଇଛି ଫୁଲବାଣୀ, ଦାରିଙ୍ଗିବାଡି ଆଉ ବେଲଘରକୁ ନେଇ ଯେଉଁଠି କୁ ଆପଣ ଥରେ ଗଲେ ଫେରିବାକୁ ମନେ ହେବନି |

କୋରାପୁଟ ଓ ବଣ୍ଡା ଘାଟି କଥାଟ ସମସ୍ତେ ଶୁଣିଥିବେ |ହେଲେ ଏଠାର ସୌନ୍ଧର୍ଜ୍ୟକୁ ପର୍ଯ୍ୟଟନ ଅନୁକୋଣରେ ଦେଖିବାକୁ ଚେଷ୍ଟା କରାଯାଇଛି |ବଣ୍ଡା ଘାଟିର ଲଣ୍ଡା ମଣିଷ ଆଉ ତାଙ୍କ ସହ ନାଚିବାର ମଉକା ନେଇ ଫେରି ଆସନ୍ତୁ ବାଲେଶ୍ଵର |ଚାନ୍ଦିପୁର ବିଶିଷ୍ଠତା ଭିତରରେ କାହିଁକି ଡିଆରଡିଓ ତିଆରି ପାଇଁ ଚିନ୍ତା ହେଲା ସବୁ କିଛି ସାମିଲ ହୋଇଛି | ସାଙ୍ଗରେ ନୀଳଗିରିରାଜ ପ୍ରାସାଦ ବୁଲିବାର ଅନୁଭୂତି ଏବଂ ତାଳଶାରୀର ପାନ୍ଥ ନିବାସରେ ରାତି କଟିବାର ସ୍ମୃତି ସବୁ କିଛିକୁ ଆପଣ ଏଠାରେ ଆବିଷ୍କାର କରିପାରିବେ |

ସୁନ୍ଦର ପରିପାଟି ଓ ଛବି ସହ ଏହାକୁ ଉପସ୍ଥାପନ କରାଯାଇଛି ଯାହା ଆପଣଙ୍କୁ ଓଡିଶା ସମ୍ପର୍କରେ ଜଣାଇବାର ଏକ ମଉକା ଦେବ |ବହିଟିର ସମୁଦାୟ ପୃଷ୍ଠା ସଂଖ୍ୟା ୧୨୮ ରହିଛି | ମୂଲ୍ୟ ରହିଛି ୧୩୦ ଟଙ୍କା |ମେଡିଆ ମାଇଣ୍ଡ ପ୍ରକାଶନ ପକ୍ଷରୁ ଏହା ପ୍ରଥମ ପ୍ରକାଶନ |ସଂସ୍ଥା ତରଫରୁ ଦୀପକ କୁମାର ପାଣି ଏହାକୁ ପ୍ରକାଶ କରିଛନ୍ତି |

Share in top social networks!