ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଯାଞ୍ଚରେ ୭୭ଟି ନାକଚ ହେଲା

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପାତ୍ର ଯାଞ୍ଚ ପ୍ରକ୍ରିୟାରେ ୭୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ୭୭ଟି ପ୍ରାର୍ଥୀ ପତ୍ର ନାକଚ ହୋଇଯାଇଛି । ସମୁଦାୟ ଦାଖଲ ହୋଇଥିବା ୭୯୩ଟି ପ୍ରାର୍ଥୀପତ୍ର ମଧ୍ୟରୁ ୭୭ଟି ନାକଚ ହେଲାପରେ ଏହା ୭୧୬ ସଂଖ୍ୟାକୁ ଖସିଆସିଛି । ପାଟଣାଗଡଠାରେ ସବୁଠାରୁ ଅଧିକ ୮ଟି ପ୍ରାର୍ଥୀପତ୍ର ନାକଚ ହୋଇଥିବା ବେଳେ ୨୬ଟି ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରାର୍ଥୀପତ୍ର ନାକଚ ହୋଇନାହିଁ । ଯାଞ୍ଚପରେ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୨୩ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ବେଳେ ବିରମିତ୍ରପୁର ରେ ୧୮ଟି,କଣ୍ଟାବାଞ୍ଜିରେ ୧୯ଟି,ଭାବନିପାଟଣାରେ ୧୭ଟି ପ୍ରାର୍ଥୀପତ୍ର ଦାଖଲ ହୋଇଛି । ୧୦ଗୋଟି ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ କେବଳ ବ୍ରହ୍ମପୁରରୁ ୨ଟି ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି । ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀ ଗୁଡିକରେ ଯାଞ୍ଚ ପୂର୍ବରୁ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ଯାଞ୍ଚପରେ ସମାନରହିଛି ।

Share in top social networks!