ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଦ୍ଵାରା ସେସାଷ୍ଟେରଲାଇଟ କୁ ପ୍ରଦୂଷଣମୁକ୍ତ କାରଖାନା ଘୋଷଣା

MAP-5ପରିବେଶ ସୁରକ୍ଷା ନିୟମ ର ୫ (୧୯୮୬) ଅନୁଯାୟୀ ସେସାଷ୍ଟେରଲାଇଟ କମ୍ପାନୀକୁ ପରିବେଶ ନିୟନ୍ତ୍ରଣ ଉପରେ ଏକ ବ୍ୟାଙ୍କ ଗ୍ୟାରେଣ୍ଟି ଦେବାକୁ ପଡିଥିଲା । ସମ୍ପ୍ରତ୍ତି ଓଡିଶା ରାଜ୍ୟ ପ୍ରଦୂଷଣ ବିଭାଗ ଦ୍ଵାରା ଡିସେମ୍ବର ମାସରେ କମ୍ପାନୀ ପରିଦର୍ଶନ କରାଯାଇଥିଲା । ଏହାର ନେତୃତ୍ଵ ଓଡିଶା ପରିବେଶ ବିଭାଗର ସହ ଇଂ ଡି.ସେଠୀ ନେଇ କମ୍ପାନୀ ତରଫରୁ ନିଆଯାଇଥିବା ପଦକ୍ଷେପ ଗୁଡିକର ପ୍ରଶଂସା କରିଥିଲେ । ତାଙ୍କ ମତରେ “ଡିସେମ୍ବର ୫/୨୦୧୨ ଠାରୁ ଜୁଲାଇ ୧୧/୨୦୧୩ ପର୍ଯ୍ୟନ୍ତ” କଞ୍ଚାମାଲ ଅଭାବରୁ କମ୍ପାନୀ ଚାଲିପାରି ନଥିଲା । ତ ପରଠାରୁ କମ୍ପାନୀ କାର୍ଯ୍ୟକ୍ଷମ ହୋଇଥିଲା । ବର୍ଜ୍ୟ ବସ୍ତୁ ନିୟନ୍ତ୍ରଣ ପାଇଁ ହୋଇଥିବା ଆଶଫଣ୍ଡ,ରେଡମଡ ମଣ୍ଡ,ପ୍ରୋସେସ୍ ୱାଟର ଲେକ୍ ରେ ବନ୍ଧା ଭାଙ୍ଗିବା ଭଳି କୌଣସି ଅସୁବିଧା ହୋଇ ନ ଥିବା ଦେଖିଥିଲେ । କୌଣସି ଚାଷଜମି ରେଡମଡ ଦ୍ଵାରା କ୍ଷତିଗ୍ରସ୍ତ ହୋଇ ନାହିଁ । ନିଜସ୍ଵ ପାୱାର ପ୍ଳାଣ୍ଟ ପାଇଁ ବ୍ରଏଲର ଥିବା ସତ୍ତ୍ୱେ ଆଶଫଣ୍ଡ ଜନିତ କୌଣସି ସମସ୍ୟା ସୃଷ୍ଟି ହୋଇ ନ ଥିବା ଦେଖିଥିଲେ । କମ୍ପାନୀ ତରଫରୁ ଅଧିକ ସତର୍କତା ଅବଲମ୍ବନ କରି ଆଶଫଣ୍ଡର ଉଚ୍ଚତାକୁ ୫ମି ରୁ ଉପରକୁ ବୃଦ୍ଧିକରାଯାଇ ଅଛି । ଅର୍ଦ୍ଧାଧିକ କାର୍ଯ୍ୟ ସରିଯାଇ ଅଛି । ଓପିସିବି ମେମ୍ବର ସେକ୍ରେଟାରୀ କମ୍ପାନୀ ତରଫରୁ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ପ୍ରତ୍ୟେକ ପଦକ୍ଷେପ ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ମାନ୍ୟବର ସୁପ୍ରିମ କୋର୍ଟର ଓକିଲ ଶ୍ରୀ ରାଧାକାନ୍ତ ତ୍ରିପାଠୀ ଏକ ସାମାଜିକ କର୍ମୀଙ୍କ ଦ୍ଵାରା ଉଠାଇବା ପ୍ରଦୂଷଣଜନିତମକୋଦମାକୁ ହାତକୁ ନେଇଥିଲେ ଓ ଶେଷରେ କମିଶନ ଉକ୍ତ କେସ୍ କୁ ଉଠାଇନେଇଥିଲେ ।ଓପିସିବି ଦ୍ଵାରା ପ୍ରଶଂସିତ ହେବା ପରେ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ଭାରତସରକାର ଙ୍କ ଦ୍ଵାରା ସେସାଷ୍ଟେରଲାଇଟ ତରଫରୁ ପରିବେଶ ସୁରକ୍ଷା ସମ୍ବନ୍ଧିତ (୧୯୮୬) ଅନୁଯାୟୀ ଥିବା ବ୍ୟାଙ୍କ ଗ୍ୟାରେଣ୍ଟିକୁ ମୁକ୍ତ କରାଯାଇଅଛି ।

Share in top social networks!