ତୃଣମୂଳ କଂଗ୍ରେସର ପ୍ରଥମ ପର୍ଯ୍ୟାୟ ତାଲିକା ୩ଲୋକସଭା ଓ ୧୪ ବିଧାନସଭା ପ୍ରାର୍ଥୀ ଘୋଷଣା

download
ତୃଣମୂଳ କଂଗ୍ରେସ ପକ୍ଷରୁ ଓଡିଶାର ୩ଟି ଲୋକସଭା ଓ ୧୪ଟି ବିଧାନସଭା ଆସନପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ପାର୍ଟି ରାଜ୍ୟ ଆବାହକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଗୁରୁବାର ପାର୍ଟି କାର୍ଯ୍ୟାଳୟଠାରେ ଏନେଇ ବିଧିବଦ୍ଧ ଭାବେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ସେଥିରେ ବ୍ରହ୍ମପୁରା ଲୋକସଭା ଆସନପାଇଁ ମନୋଜ ଚୌଧୁରୀଙ୍କ ନାମ ଥିଲାବେଳେ ଆସିକା ପାଇ ଡ ବଂଶିଧର ତ୍ରିପାଠୀ ଓ ବରଗଡ ପାଇଁ ଅଶୋକ ମିତ୍ତଲଙ୍କ ନାମ ରହିଛି । ସେହିପରି ବିଧାନସଭା ଲାଗି ଅତାବିରା ବିଧାନସଭା ଆସନରୁ ପୂର୍ବତନ ବିଧାୟକ କୁମର ବେହେରାଙ୍କ ନାମ ଥିବାବେଳେ ବିଜେପୁରରୁ ରୋହିତ କୁମାର ସାହୁ,ହିଞ୍ଜିଳିରୁ ପୂର୍ବତନ ବିଧାୟକ ହରିହର ସାହୁ,ବ୍ରହ୍ମପୁରରୁ ଆନନ୍ଦ ରାଓ ଆଚାରୀ,ମୋହନାରୁ ପୂର୍ବତନ ମନ୍ତ୍ରୀ ହଲଧର କାର୍ଜୀ,ଜୟପୁରରୁ ମହେନ୍ଦ୍ର ପାତ୍ର ଭଞ୍ଜନଗରରୁ ବି ଦଣ୍ଡପାଣି ପାତ୍ର,ଝାରସୁଗୁଡା ସୁବାସ ଚନ୍ଦ୍ର ନାୟକ,ପାଟକୁରାରୁ ଲେନିନ ଲେଙ୍କା,ମହାକାଳପଡାରୁ ଶିକ୍ଷାଂଶୁ ଲେଙ୍କା,ଖଲିକୋଟରୁ ଶଙ୍କୁନା କହଁର ,କବିସୂର୍ଯ୍ୟ ନଗରରୁ ସୁଶ୍ରୀ ଚନ୍ଦ୍ରିକା ଦାସ,ପାରଳାଖେମୁଣ୍ଡିରୁ ସୁଜିତ ପ୍ରଧାନ,ଚିତ୍ରକୋଣ୍ଡାରୁ ପୂର୍ବତନ ବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ପୁଅ ଚିନ୍ମୟ ଦୋରା ଓ ଭଟଲିରୁ ବୃହସ୍ପତି ଖମାରୀଙ୍କୁ ପ୍ରାର୍ଥୀ କରାଯାଇଛି । ଖୁବ ଶୀଘ୍ର ଦ୍ଵିତୀୟ ପର୍ଯ୍ୟାୟ ତାଲିକା ଘୋଷଣା କରାଯିବ ବୋଲି ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି ।

Share in top social networks!
Powered By Indic IME