ପୂର୍ବତନ ବାଚସ୍ପତି ପ୍ରହଲ୍ଲାଦ ଦୋରା ତୃଣମୂଳ କଂଗ୍ରେସରେ ଯୋଗଦେଲେ

Odishan-MAP-16
ପୂର୍ବତନ ବିଧାନସଭା ଉପ ବାଚସ୍ପତି ପ୍ରହଲ୍ଲାଦ ଦୋରା ଆଜି ତୃଣମୂଳ କଂଗ୍ରେସରେ ଯୋଗଦେଇଛନ୍ତି ।ସେ କଂଗ୍ରେସର ଓଡିଶା ନେତୃବୃନ୍ଦଙ୍କ କାର୍ଯ୍ୟକଳାପକୁ ଦାୟୀ କରି ତୃଣମୂଳ କଂଗ୍ରେସରେ ମିଶିଥିବା କହିଛନ୍ତି । ସେ କହିଛନ୍ତ ଯେ ଓଡିଶାରେ କଂଗ୍ରେସ ନୀତିହୀନ ହୋଇପଡିଥିବା ବେଳେ ଦୁଇଜଣଙ୍କ ଉପରେ ନିର୍ଭର କରିବା ଦ୍ଵାରା ରାଜ୍ୟରେ କଂଗ୍ରେସ ଦିନକୁ ଦିନ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ତେବେ ଗୁରୁବାର ତାଙ୍କର ଯୋଗଦାନ ସମୟରେ ତାଙ୍କୁ ତୃଣମୂଳର ରାଜ୍ୟ ଆବାହକ ଆର୍ଯ୍ୟାକୁମାର ଜ୍ଞାନେନ୍ଦ୍ର ସ୍ଵାଗତ କରିଥିଲେ । ଶୁକ୍ରବାର ଡଃ.କାର୍ତ୍ତିକେଶ୍ଵର ପାତ୍ର ତୃଣମୂଳ କଂଗ୍ରେସ ମିଶିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି ।

Share in top social networks!