ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରିହେଲା ବିଜ୍ଞପ୍ତି ; ୧୭ ଏପ୍ରିଲରେ ୧୧ଟି ଲୋକସଭା ମଣ୍ଡଳୀ ଓ ୭୭ଟି ବିଧାନସଭା ମଣ୍ଡଳୀ ପାଇଁ ନିର୍ବାଚନ

images (1)ଏପ୍ରିଲ ୧୭ ତାରିଖରେ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞାପ୍ତି ଜାରି ହୋଇଛି । ବିଜ୍ଞପ୍ତି ପାଇବାର ଦିନ ୧୧ଘ.ଠାରୁ ଅପରାହ୍ନ ୩ଘ.ପର୍ଯ୍ୟନ୍ତ ପ୍ରାର୍ଥୀମାନେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ । ଫର୍ମ ୨(କ)/୨(A) ରେ ଲୋକସଭା ଏବଂ ଫର୍ମ 2(B)ରେ ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ । ନାମାଙ୍କନ ପତ୍ର ସହ ଫର୍ମ(26)ରେ ଆଫିଡେଫିଟ୍ ବା ଶପଥ ପତ୍ର,ଶପଥ ଫର୍ମ,ହଡି ପ୍ରାର୍ଥୀ ଏସ୍.ଟି ବା ଏସ୍.ସି ବରଗଡ଼ ହୋଇଥାନ୍ତି ତାହାର ନକଲ,ସିକ୍ୟୁରିଟି ଡିପୋଜିଟ ,ଓ ବ୍ୟାଙ୍କ ଆକାଉଣ୍ଟ ଇତ୍ୟାଦି ଡକ୍ୟୁମେଣ୍ଟ ସଂଲଗ୍ନ କରି ନାମାଙ୍କନ ପତ୍ର ର ସମସ୍ତ ସ୍ତମ୍ଭ ଠିକ ଭାବେ ପୂରଣ କରିବାକୁ ପଡିବ ,ଯଦି ପ୍ରାର୍ଥୀପତ୍ର ଅସମ୍ପୂର୍ଣ୍ଣ ଥାଏ ,ତେବେ ରିଟର୍ଣ୍ଣିଂ ଅଫିସର ପ୍ରାର୍ଥୀଙ୍କ ନୋଟିସ୍ କୁ ଆଣିବେ । ଏହା ସତ୍ତ୍ୱେ ଯଦି ପ୍ରାର୍ଥୀପତ୍ର ସଠିକ ରୂପେ ଦାଖଲ ନ ହୁଏ ତେବେ ପ୍ରାର୍ଥୀପତ୍ର ନାକଚ ହୋଇଯିବ । ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ୧୯ ମାର୍ଚ ରୁ ୨୬ମାର୍ଚ୍ଚ ପ୍ରାର୍ଥୀପତ୍ର ଦାଖଲ,୨୭ ମାର୍ଚ୍ଚ ,ପ୍ରାର୍ଥୀପତ୍ର ଯାଞ୍ଚ ,୨୯ ମାର୍ଚ୍ଚ ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ରଖାଯାଇଛି । ସରକାରୀ ଛୁଟିଦିନ ଗୁଡିକରେ ପ୍ରାର୍ଥୀପତ୍ର ଦାଖଲ ହୋଇପାରିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀମତୀ ମୋନା ଶର୍ମା କହିଛନ୍ତି । ବାୟୁମଣ୍ଡଳ ଡ଼ା ଉଷ୍ମତା ବୃଦ୍ଧି ଓ ଅଧିକ ଭୋଟରଙ୍କ ଅଂଶଗ୍ରହଣକୁ ଲକ୍ଷ୍ୟ ରଖି ପ୍ରାତ୍ୟେକ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନସୀମା ସକାଳ ୭ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ରଖାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀମତୀ ମୋନା ଶର୍ମା କହିଛନ୍ତି ।

Share in top social networks!