ଗୌରହରି ଦାସଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର

ଚଳିତ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଉଛନ୍ତି କଥାକାର ଗୌରହରି ଦାସ |ତାଙ୍କର ଗଳ୍ପ ସଂକଳନ “କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ ” ପାଇଁ ସେ ଏହି ସନ୍ନମ୍ମାନ ଜନକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଅଛନ୍ତି | ଦୀର୍ଘ ତିନି ଦସନ୍ଧି ରୁ ଅଧିକ ସମୟ ଧରି ସାହିତ୍ୟ ସାଧନାରେ ବ୍ରତୀ ଶ୍ରୀ ଦାସଙ୍କର “ଜୁଆର ଭଟ୍ଟା ”, “ମାଟି କଣ୍ଢେଇ”, ଅହଲ୍ୟାର ବାହାଘର ଏବଂ ମଥୁରା ର ମାନଚିତ୍ର ପ୍ରଭୁତି ୧୫ ଟି ଗଳ୍ପ ସଙ୍କଳନ ପ୍ରକାଶ ପାଇ ତାଙ୍କୁ ବିପୁଳ ପାଠକୀୟ ଆଦୃତି ଓ ସାରସ୍ଵତ ସ୍ବୀକୃତି ଆଣି ଦେଇଛି |କେବଳ ଗଳ୍ପ ନୁହେଁ ; ଉପନ୍ୟାସ, କବିତା , ନାଟକ,ପ୍ରବନ୍ଧ,ଫିଚର,ଭ୍ରମଣକାରୀ ,ଅନୁବାଦ ଏବଂ ସମ୍ପାଦନା ଆଦି ସାହିତ୍ୟ ର ବିଭିନ୍ନ ବିଭାଗରେ ତାଙ୍କର ଅସାମାନ୍ୟ ଦାକ୍ଷତା ଅଛି |

ଉପନ୍ୟାସ ‘ନିଜ ସଙ୍ଗେ ନିଜର ଲଢେଇ’ ନିମନ୍ତେ ୨୦୦୧ ମସିହା ରେ ସେ ଓଡିଆ ସାହିତ୍ୟ ଏକାଡେମି ପୁରସ୍କାର ପଇସାରିଛନ୍ତି | ତାଙ୍କର ଗଳ୍ପ ଗୁଡିକ ଇଂରାଜୀ , ହିନ୍ଦୀ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁଦିତ ହୋଇ ପୁସ୍ତକ ଆକାର ରେ ପ୍ରକାଶିତ ହୋଇ ସାରିଛି | ସେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ମନୋନୀତ ହେବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ପାଠକ ଓ ଲେଖକ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି | ପୁରସ୍କାର ବାବଦରେ କଥାକାର ଶ୍ରୀ ଦାସ ଙ୍କୁ ଏକାଡେମି ପକ୍ଷରୁ ୧ ଲକ୍ଷ ଟଙ୍କା ,ମାନପତ୍ର,ଉତ୍ତରୀୟ ଏବଂ ଉପଢୌକନ ପ୍ରଦାନ କରାଯିବ |ସମ୍ପ୍ରତି ସେ ସମ୍ବାଦ ଫିଚର ବିଭାଗର ସମ୍ପାଦକ ଭାବେ କାର୍ଯ୍ୟରତ |୩୫ ବର୍ଷରୁ କମ ବୟସର ସାହିତ୍ୟିକଙ୍କୁ ଏକାଡେମି ପକ୍ଷରୁ ଦିଆ ଯାଉଥିବା ‘ଯୁବ ପୁରସ୍କାର’ ୨୦୧୨ ନିମନ୍ତେ ମୋନାନୀତ ହୋଇଛନ୍ତି ଗାଳ୍ପିକା ସୃଷ୍ଟିଶ୍ରୀ ନାଏକ | ସୃଷ୍ଟିଶ୍ରୀଙ୍କ ପ୍ରଥମ ଗଳ୍ପ ସଂକଳନ ‘ଭିନ୍ନ ଉପବନ ’ପାଇଁ ତାଙ୍କୁ ଏହି ପୁରସ୍କାର ମିଳୁଛି |

Dr.Gourahari_Dasପୁରସ୍କାର ବାବଦରେ ସୃଷ୍ଟିଶ୍ରୀଙ୍କୁ ୫୦ ହଜାର ଟଙ୍କା, ମାନପତ୍ର ,ଉତ୍ତରୀୟ ଏବଂ ଉପକୌଢନ ପ୍ରଦାନ କରାଯିବ |ସେହିପରି ଅନୁବାଦ ବାବଦରେ ‘ସେଇ ପକ୍ଷୀ ଟିର ନାଁ ’ ପୁସ୍ତକ ନିମନ୍ତେ ପୁରସ୍କୃତ ହେବେ ଅନୁବାଦକ ପ୍ରଶାନ୍ତ କୁମାର ମହାନ୍ତି | ପୁରସ୍କାର ବାବଦରେ ଶ୍ରୀ ମହାନ୍ତି ୫୦ ହଜାର ଟଙ୍କା, ମାନପତ୍ର ,ଉତ୍ତରୀୟ ଏବଂ ଉପକୌଢନ ପାଇବେ | ଆସନ୍ତା ୨୦୧୩ ମସିହା ଫେବ୍ରୁୟାରୀ ୧୮ ତାରିଖରେ ଏକ ସ୍ଵତନ୍ତ୍ର ଉଶ୍ଚବ ରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଏକାଡେମି ପକ୍ଷରୁ ସୂଚନା ମିଳିଛି |

Share in top social networks!