ପ୍ରତିଭା ଅନାଥାଶ୍ରମରେ ହୋଲି ଉତ୍ସବ ପାଳନ

48120
ସନ୍ଧ୍ୟା ଲାଗୁଥିଲା ନିଆରା ନିଆରା । ପିଲାମାନଙ୍କୁ ଖୁସିରେ ପରିବେଶ ଥିଲା ମତୁଆଲା । ରଙ୍ଗ ବିରଙ୍ଗର ଫଗୁ ବୋଳାରେ ସମସ୍ତେଥିଲେ ମସଗୁଲ୍ । ସେମାନେ ଅନାଥ ନୁହନ୍ତି ବରଂ ଏକ ବଡ ପରିବାରର ଜଣେଜଣେ ସଦସ୍ୟ ବୋଲି ଅନୁଭବ ହେଉଥିଲା । ଏ ଥିଲା ପ୍ରତିଭା ଅନାଥାଶ୍ରମରେ ହୋଲି ପାଳନର ମନୋରମ ମୂହୁର୍ତ୍ତ । ସ୍ଥାନୀୟ ଡୁମୁଡୁମା ଯଦୁପୁରସ୍ଥିତ ଆଶ୍ରମରେ ସ୍ଵେଚ୍ଛାସେବୀ ସଂଗଠନ ଜାତୀୟ ଯୁବସଂକଳ୍ପ ତରଫରୁ ପିଲାମାନଙ୍କ ପାଇଁ ଏକ ହୋଲି ଉତ୍ସବରେ ଆୟୋଜନ ହୋଇଥିଲା । ବିଭିନ୍ନ ବର୍ଗର ଶିଶୁପ୍ରେମୀ ଶୁଭେଚ୍ଛୁ ମାନଙ୍କୁ ନିମନ୍ତ୍ରଣ କରାଯାଇ ପିଲାମାନଙ୍କ ସହିତ ଖେଳ,ନାଚ,ଗୀତ,ଚିତ୍ର ଆଦି ଅନେକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷଭାଗରେ ହୋଲିପର୍ବ ପାଳନ ବେଶ୍ ଆକର୍ଷଣୀୟ ଥିଲା । ଏହି ଅବସରରେ ପିଲାମାନଙ୍କୁ ନୂଆ ଜୋତା,ଡ୍ରେସ,ଖେଳଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଶ୍ରୀ ସେଖ ହରପ୍ରସାଦ ମହାପାତ୍ର,ସତ୍ୟରଞ୍ଜନ କର,ମହମ୍ମଦ ଇମ୍ରାନ ଅଲ୍ଲୀ,ରତ୍ନାକର ସାହୁ,ବନମାଳୀ ପରିଡା,ବିକ୍ରମ ନାୟକ,କାର୍ଯ୍ୟ କ୍ରମର ବିଭିନ୍ନ ଭାଗକୁ ପରିଚାଳନା କରିଥିଲେ । ପ୍ରମୋଦ ଆଚାର୍ଯ୍ୟ,ସନ୍ଦିପ ମହାରଣା,ତନୁଜା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପାଇଁ ସହଯୋଗ ରାଶି ପ୍ରଦାନ କରିଥିଲେ ।

Share in top social networks!