ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ : ପି ଶିବପ୍ରସାଦଙ୍କ ପ୍ରଥମ ନାମାଙ୍କନ

Odishan-MAP-1
ସାଧାରଣ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପରେ ଆରମ୍ଭ ହୋଇଛି ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା । ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୋସିଆଲିଷ୍ଟ ୟୁନିଟ ସେଣ୍ଟର ଅଫ ଇଣ୍ଡିଆ ର ପି.ଶିବପ୍ରସାଦ ରେଡ୍ଡି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମ ରାରଥି ଭାବେ ଶିବପ୍ରସାଦ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଶୋଭାଯାତ୍ରାରେ ପହଞ୍ଚିଥିଲେ । ଏହାପରେ ଉପଜିଲ୍ଲାପାଳ ବିଜୟ କୁମାର ଦାସଙ୍କୁ ପ୍ରାର୍ଥୀପତ୍ର ପ୍ରଦାନ କରିଥିଲେ । ରାଜ୍ୟ କମିଟି ସଭ୍ୟ ବିଷ୍ଣୁ ଦାସ,ଜିଲ୍ଲା ସଭାପତି ସୋମନାଥ ବେହେରାଙ୍କ ସମେତ ବହୁ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME