ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ କର୍ମଚାରୀଙ୍କୁ ସମ୍ପତ୍ତି ତାଲିକା ଦାଖଲ ପାଇଁ ନିର୍ଦ୍ଦେଶ

odisha-map18ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ କର୍ମଚାରୀଙ୍କୁ ସମ୍ପତ୍ତି ତାଲିକା ଦାଖଲ ପାଇଁ ନିର୍ଦ୍ଦେଶ ନ ଓ ସଂସ୍କୃତି ବିଭାଗ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ (ଗ୍ରୁପ ‘ଡି’ ବ୍ୟତୀତ)ଓ ଅଧିକାରୀମାନଙ୍କୁ ସରକାରୀ ନିୟମ ମୁତାବକ ସମ୍ପତ୍ତି ତାଲିକା ଦାଖଲ ପାଇଁ ବିଭାଗୀୟ ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ କୁମାର ପାଢୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ କର୍ମଚାରୀମାନଙ୍କ ଚରିତ୍ର ପଞ୍ଜିକା,କର୍ମଚାରୀମାନଙ୍କ ବିରୁଦ୍ଧରେ ଥିବା ଦୁର୍ନୀତି ନିବାରଣ ବିଭାଗ ମୋକଦ୍ଦମା,ଅଫିସର ମାନଙ୍କ ଦ୍ଵାରା କାର୍ଯ୍ୟାବଳୀ ଅବଗତି ବିବରଣୀ (ପାର)ଦାଖଲ,କର୍ମଚାରୀ ମାନଙ୍କ ବାର୍ଷିକ ଦରମା ଭତ୍ତାବୃଦ୍ଧି ଆଦି ବିଷୟରେ ସମୀକ୍ଷା କରାଯାଇ ବିହିତ ପଦକ୍ଷେପ ନିଆଯିବ ବୋଲି ସଚିବ ଶ୍ରୀ ପାଢୀ ପ୍ରକାଶ କରିଛନ୍ତି ।