ରାଜ୍ୟ ସ୍ତରୀୟ ଓଡିଶା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

odisha-map8ଆସନ୍ତା ଅପ୍ରେଲ ପହିଲାରେ ରାଜ୍ୟସ୍ତରୀୟ ଓଡିଶା ଦିବସ ପାଳନ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀଯୁଗଳ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନିଷ୍ପତ୍ତି ଅନୁଯାୟୀ ରାଜ୍ୟସ୍ତରୀୟ ଓଡିଶା ଦିବସ ସ୍ଥାନୀୟ ଜୟଦେବ ଭବନ ଠାରେ ଉକ୍ତଦିନ ସନ୍ଧ୍ୟା ୬ଘଟିକା ସମୟରେ ପାଳନ କରାଯିବ । ଭୁବନେଶ୍ଵର ରେ ରାଜ୍ୟସ୍ତରୀୟ ଦିବସ ପାଳନ ସହିତ ନୂଆଦିଲ୍ଲୀ,କୋଲକାତା,ମୁମ୍ବାଇ,ସମସ୍ତ ଜିଲ୍ଲା ଓ ଉପଖଣ୍ଡ ସଦରମହକୁମାରେ ଓଡିଶା ଦିବସ ପାଳନ କରାଯିବ । ସଂସ୍କୃତି ବିଭାଗ ପକ୍ଷରୁ ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ଦେଶାତ୍ମବୋଧ ସଂଗୀତ ଏବଂ ଓଡିଶୀ,ସମ୍ବଲପୁରୀ,ଗୋଟିପୁଅ ଛଉନୃତ୍ୟ ପରିବେଷଣ କରିବା ସହ ନୂଆଦିଲ୍ଲୀ,କୋଲକାତା ଓ ମୁମ୍ବାଇ ସହ ସମସ୍ତ ଜିଲ୍ଲା ଉପଖଣ୍ଡ ସଦରମହକୁମାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସଚିବାଳୟ,ବିଧାନସଭା ସୌଧ,ରବୀନ୍ଦ୍ର ମଣ୍ଡପ,ଲୋକସମ୍ପର୍କ ଭବନ ଏବଂ ଜୟଦେବ ଭବନ ପ୍ରଭୃତି ସ୍ଥାନମାନଙ୍କରେ ଆଲୋକସଜ୍ଜା କରିବା ନିମନ୍ତେ ମଧ୍ୟ ନିଷ୍ପତ୍ତି ହୋଇଛି । ଇ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଆଇ.ଶ୍ରୀନିବାସ,ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା,ସଂସ୍କୃତି ବିଭାଗର ଶାସନ ସଚିବ ଡଃ ଅରବିନ୍ଦ ପାଢୀ,ଭୁବନେଶ୍ଵର ମହାନଗର ନିଗମର କମିଶନର ଡଃ କ୍ରିଷନ୍ କୁମାର,ଗୃହ ବିଭାଗର ସ୍ଵତନ୍ତ୍ର ସଚିବ ଲଳିତ ଦାସ,ପୂର୍ତ୍ତ ସଚିବ ଶ୍ରୀ ନଳିନୀ କାନ୍ତ ପ୍ରଧାନ,ଡିସିପି ଶ୍ରୀ ନୀତିନଜିତ୍ ସିଂ,ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ,ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦେଶକ ତଥା ଉପଶାସନସଚିବ ଶ୍ରୀ ନିରଞ୍ଜନ ସେଠୀ,ଉପନିର୍ଦ୍ଦେଶକ ତଥା ଉପଶାସନ ସଚିବ ଶ୍ରୀ ରାମଶଙ୍କର ବେହେରା ଓ ଉପଶାସନ ସଚିବ ଶ୍ରୀ ବିରେନ୍ଦ୍ର କର୍କରାଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇଥିଲେ

Share in top social networks!