ଆଗ୍ରାହାଟରେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ସ୍ୱାସ୍ଥ୍ୟ ଶବର

imfa-logo-b-200x200କଟକ ଜିଲ୍ଲା ଟାଙ୍ଗୀ –ଚୌଦ୍ଵାର ଅନ୍ତର୍ଗତ ଆଗ୍ରାହାଟ ଗ୍ରାମର ପଞ୍ଚାୟତ ଭବନରେ ୧୪ମାର୍ଚ୍ଚ ୨୦୧୪ ତାରିଖ ଦିନ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ (BIPF)ଏକ ସାଧାରଣ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଛି । ଇଣ୍ଡିଆନ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ଲିଃ (IMFA)ର ସିଏସଆର ଶାଖା “ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ”ର ତୃତୀୟ ବାର୍ଷିକୀ ଅବସରରେ ଏହି ଶିବିରର ଆୟୋଜନ କରାଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରଟି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ପାନୀୟ ପଞ୍ଚାୟତରାଜ ସଂସ୍ଥାର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନର ସିଇଓ ଶ୍ରୀମତୀ ଶୈଫାଳିକା ପଣ୍ଡା କହିଲେ, “ପ୍ରତିଷେଧକ ବ୍ୟବସ୍ଥା ହିଁ ଉତ୍ତମ ସ୍ଵାସ୍ଥ୍ୟର ସଫଳ ଉପାୟ । ଅନଗ୍ରସର ଲୋକମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସର ବିଭିନ୍ନ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ । ଏହାର ସଫଳତା ପାଇଁ ମୁକାବିଲା ପାଇଁ ମୁଁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଉଛି” । ଇମ୍ଫାର ଉପସଭାପତି ଶ୍ରୀ ଧନଞ୍ଜୟ ସେନାପତି ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରିଥିଲେ । ଇମ୍ଫା ଓ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ର ବରିଷ୍ଠ ଅଧିକାରୀ,ସ୍ଥାନୀୟ ପଞ୍ଚାୟତ ସଦସ୍ୟ ଏବଂ ଅନ୍ୟନ୍ୟ ନେତୃବୃନ୍ଦ ଏହି ଶିବିରରେ ଯୋଗଦେଇଥିଲେ ।

Share in top social networks!