ବିଜେଡ଼ି ରୁ ଦୁର୍ଯ୍ୟଧନ ମାଝିଙ୍କ ଇସ୍ତଫା

48554ବିଜେଡ଼ିର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ଶ୍ରୀ ଦୁର୍ଯ୍ୟଧନ ମାଝି ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଆସନ୍ତାକାଲି ସେ ନିଜର ସମର୍ଥକମାନଙ୍କୁ ଧରି ବିଜେପିରେ ଆନୁଷ୍ଠାନିକ ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ଦଳର ବୟଜ୍ୟେଷ୍ଠା ନେତ୍ରୀ ସୁଶ୍ରୀ ଭି.ସୁଜ୍ଞାନୀ କୁମାରୀ ଦେଓ ସ୍ୱାସ୍ଥ୍ୟ ଗତ କାରଣରୁ ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ ହେଁ ତାଙ୍କ ନିର୍ବାଚନ ମଣ୍ଡଳୀର ସମର୍ଥକ ଏବଂ ଶୁଭେଚ୍ଛୁ ମାନେ ସେ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ । ସେହିପରି କୋଦଳାର ବିଜେଡ଼ି ସଭାପତି ଶ୍ରୀ ହରପ୍ରସାଦ ସାହୁଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିସ୍କୃତ କରାଯାଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବହିସ୍କୃତ କରିଛନ୍ତି ।

Share in top social networks!