ନାଲକୋର ନିର୍ଦ୍ଦେଶକ ଭାବେ ସୋମା ମଣ୍ଡଳଙ୍କ ଦାୟିତ୍ଵ ଗ୍ରହଣ

nalcoନବରତ୍ନ ସରକାରୀ ଉଦ୍ୟୋଗ ନାଲକୋର ନିର୍ଦ୍ଦେଶକ ଭାବେ ସୋମା ମଣ୍ଡଳ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହି ନୂତନ ଦାୟିତ୍ଵ ପୂର୍ବରୁ ଶ୍ରୀମତୀ ମଣ୍ଡଳ କମ୍ପାନୀର ନିଗମ କାର୍ଯ୍ୟାଳୟ ରେ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ(ମାର୍କେଟିଂ) ପଦବୀରେ ଅପସ୍ଥାପିତ ଥିଲେ । ଆର୍.ଇ.ସି ,ରାଉରକେଲା ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ରେ ସ୍ନାତକ ଡିଗ୍ରୀ ହାସଲ କରିବାପରେ ଶ୍ରୀମତୀ ମଣ୍ଡଳ ୧୯୮୪ ରେ ନାଲକୋର ଜଣେ ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନି ଭାବେ ଯୋଗ ଦେଇଥିଲେ । ସେଲ୍ସ ଓ ମାର୍କେଟିଂ ରେ ବ୍ୟାପକ ଅଭିଜ୍ଞତା ଥିବା ଶ୍ରୀମତୀ ମଣ୍ଡଳ କମ୍ପାନୀର ପୂର୍ବ ଓ ପଶ୍ଚିମାଞ୍ଚଳିକ କାର୍ଯ୍ୟାଳୟରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ । ଏଠାରେ ଉଲ୍ଲେଖନୀୟ ଯୋଗ୍ୟଯେ ନିର୍ଦ୍ଦେଶକ ପଦବୀରେ ଉନ୍ନୀତ ହେବାରେ ଶ୍ରୀମତୀ ସୋମା ମଣ୍ଡଳ କାମ୍ପାନୀର ପ୍ରଥମ ମହିଳା କର୍ମଚାରୀ ।

Share in top social networks!