ଆସନ ବୁଝାମଣା ନେଇ ବିଜେଡ଼ି ସହିତ ଆଲୋଚନା କରିବ ସିପିଆଇ

48510ଆସନ ବୁଝାମଣା ନେଇ ବିଜେଡ଼ି ସହିତ ଆଲୋଚନା କରିବା ଲାଗି ଏବେ ବି ସିପିଆଇ ଅପେକ୍ଷା କରିଛି । ସିପିଆଇ ବରିଷ୍ଠ ନେତା ଏ.ବି ବର୍ଦ୍ଧନ ଆଜି ଏହି ମର୍ମରେ ସୂଚନା ଦେଇଛନ୍ତି । ତାଙ୍କର ଏହି ଦୁଇ ଦିନିଆ ଗସ୍ତ କାଳରେ ସେ ବିଜେଡ଼ି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ ବୋଲି ଆଜି ସେ ଗଣ ମାଧ୍ୟମକୁ କହିଛନ୍ତି । ୫ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ବୁଝାମଣା କରିବା ଲାଗି ଦଳ ପ୍ରସ୍ତାବ ଦେବ । ଗତଥର ଜଗତସିଂପୁର ଲୋକସଭା ଓ ଛତ୍ରପୁର ବିଧାନସଭା ଆସନରେ ଦଳ ଜିତିଥିଲା । ଏଥି ସହିତ ବର୍ଦ୍ଧନ ଆଜି ଦଳରରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବେ ।

Share in top social networks!