+୨ ଖାତା ଦେଖା ମାର୍ଚ୍ଚ ୨୮ରୁ

odisha-map14+୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାର୍ଚ୍ଚ ୨୬ରେ ଶେଷ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ମାର୍ଚ୍ଚ ୨୮ରୁ ଆରମ୍ଭ ହେବ । ଖାତାଗୁଡିକ ହବରୁ ମୂଲ୍ୟାୟନ କେନ୍ଦ୍ରକୁ ଆସିବା ପରେ ମାର୍ଚ୍ଚ ୨୦ରେ କୋଡିଂ ହେବ । ଏହାପରେ ରାଜ୍ୟର ୪୮ଟି ମୂଲ୍ୟାୟନ କ୍ଷେନ୍ଦ୍ରରେ ଖାତା ଦେଖା ହେବ । ମାର୍ଚ୍ଚ ୨୮ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଖାତାଦେଖା ହେବ । ଏପ୍ରିଲ ୧୦ ଓ ୧୭ରେ ନିର୍ବାଚନ ଥିବାରୁ ଏହି ସମୟରେ ଖାତା ଦେଖା ହେବନି । ଏପ୍ରିଲ ୧୯ରେ ଦ୍ଵିତୀୟ ପର୍ଯ୍ୟାୟ ଖାତା ଦେଖା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ପ୍ରଫେସର ବାସୁଦେବ ଛାଟୋଇ କହିଛନ୍ତି ।

Share in top social networks!