ଓଡିଶା ପର୍ଯ୍ୟଟନ ବିଭାଗ ପୁରସ୍କୃତ

48013ଆନ୍ତର୍ଜାତୀୟ ପର୍ଯ୍ୟଟନ ମେଳା ଜର୍ମାନୀର ବର୍ଲିନ ଠାରେ ପାସିଫିକ୍ ଏରିଆ ଟ୍ରାଭେଲ ରାଇଟର ଆସୋସିଏସନ ଆନୁକୁଲ୍ୟରେ ରଙ୍ଗାରଙ୍ଗ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶା ପର୍ଯ୍ୟଟନ ବିଭାଗକୁ ବେଷ୍ଟ ରିଲାକସେସନ କଲଚର ଓ ବିଚେସ୍ ଡେଷ୍ଟିନେସନ ବର୍ଗରେ ପୁରସ୍କୃତ କରାଯାଇଛି । ନିର୍ଦ୍ଦେଶକ ମନୋରଞ୍ଜନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ନିର୍ମିତ ମଣ୍ଡପକୁ କେନ୍ଦ୍ର ସରକାର ଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ର ଅତିରିକ୍ତ ଶାସନ ସଚିବ ଗିରିଶ ଶଙ୍କର ଓ ଜର୍ମାନୀ ଠାରେ ଅବସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶିକା ରୋମା ସିଂ ଉଦଘାଟନ କରିଥିଲେ । ଓଡିଶାରୁ ତୋଷାଳି ଇଣ୍ଟର ନ୍ୟାସନାଲ ଭଏଜ ଓ ଅଲଟରନେଟିଭ ଟୁର ମଧ୍ୟ ଯୋଗ ଦେଇଥିଲେ ।

Share in top social networks!