ବିଲାସିନୀ ମହାନ୍ତିଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

48013
ବିଶିଷ୍ଟ ଅନୁବାଦିକା ବିଲାସିନୀ ମହାନ୍ତି୨୦୧୩ ବର୍ଷର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଚର୍ଚିତ ଉର୍ଦ୍ଦୁଲେଖକ ସଆଦତ ହସନ୍ ମଣ୍ଟୋଙ୍କ ପଚାଶଟି କ୍ଷୁଦ୍ରଗଳ୍ପର ଓଡିଆ ଅନୁବାଦକୁ ନେଇ ପ୍ରକାଶିତ ସଂକଳନ ‘ଅନାବୃତ ଅନ୍ଧକାର’ପାଇଁ ଶ୍ରୀମତୀ ମହାନ୍ତି ଏହି ସମ୍ମାନ ପାଇବେ । ସେହିପରି ସାନ୍ତାଳୀ ଭାଷାରେ ମଙ୍ଗଳ ମାଝୀ ତାଙ୍କଦ୍ୱାରା ଅନୂଦିତ ପୁସ୍ତକ ‘ମଲାଙ୍ଗ ଅନଳ’ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇ ମନୋନୀତ ହୋଇଛନ୍ତି । ‘ମଲାଙ୍ଗ ଅନଳ’ହେଉଛି ହାରାଧନ ଅଧିକାରୀଙ୍କ ଚର୍ଚିତ ବଙ୍ଗଳା ଉପନ୍ୟାସ ‘ଭାଗ୍ୟଚକ୍ର’ର ସାନ୍ତାଳୀ ଅନୁବାଦ ।

Share in top social networks!