ଟି୨୦ ହିଣ୍ଡକୋ କପ୍ ସ୍ମେଲଟର ଜିତିଲା

48013ସ୍ଥାନୀୟ ସୁଭାଷ ମଇଦାନରେ ଗତ ୪ ତାରିଖଠାରୁ ଆରମ୍ଭ ହୋଇଥିବା ଅଲଓଡିଶା ହିଣ୍ଡାଲକୋ ଟି୨୦ କପ୍ କ୍ରିକେଟର ଫାଇନାଲରେ ଆଦିତ୍ୟ ଗୃପ୍ ର ଉତ୍କଳ ଆଲୁମିନା ଓ ହୀରାକୁଦ ସ୍ମେଲଟର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସ୍ମେଲଟର ହୀରାକୁଦ ଟସ୍ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୮୫ରନ୍ କରିବା ପାଇଁ ସକ୍ଷମ ହୋଇଥିଲା । ସ୍ମେଲଟର ହୀରାକୁଦର ଶ୍ରୀ ପ୍ରଭାସ ନାୟକ ୪୭ଟି ବଲରେ ୫୯ରନ୍,ଶ୍ରୀ କମଳା ପଣ୍ଡା ୧୫ ବଲରେ ୨୮ ରନ୍,ଶ୍ରୀ ସୂର୍ଯ୍ୟ ପ୍ରଧାନ ୩୯ବଲରେ ୩୯ ରନ୍ କରିଥିଲେ । ଶ୍ରୀ ଶୁଭେନ୍ଦୁ ଦାସ ୨୩ ରନ୍ ଦେଇ ୪ଟି ୱିକେଟ୍ ହାସଲ କରିଥିଲେ । ଉତ୍କଳ ଆଲୁମିନା ବ୍ୟାଟିଂ ଆରମ୍ଭ କରିବାର ୩ ଓଭର ପରେ ପ୍ରଥମ ୱିକେଟ୍ ହରାଇଥିଲା । ଏହି ମ୍ୟାଚର ୧୩ ତମ ଓଭରରେ ବର୍ଷା ହେବାରୁ ଖେଳକୁ କିଛି ସମୟ ବନ୍ଦ କରିବାକୁ ପଡିଥିଲା । ବର୍ଷା ଯୋଗୁଁ ଖେଳ ୧୫ ମିନିଟ୍ ବନ୍ଦ ରହିଥିଲା । ପୁନଶ୍ଚ ପରିଚାଳକ ସୌମ୍ୟଦର୍ଶନ ମହାନ୍ତି ଓ ମ୍ୟାରିଓ ପ୍ରାନସିସ୍ ନିରୀକ୍ଷଣ ପଡିଆ କଲାପରେ ଖେଳ ଆରମ୍ଭ ହୋଇଥିଲା । ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ୍ ହରାଇ ଦଳ ମାତ୍ର ୧୩୬ ରନ୍ ସଂଗ୍ରହ କରିପାରିଥିଲା । ଆଜିର ଏହି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ମେଲଟର ମୁଖ୍ୟ ଶ୍ରୀ ପ୍ରସନ୍ନ ମୁଖାର୍ଜୀ ,ସମ୍ମାନିତ ଅତିଥି ଭାବରେ ଆଦିତ୍ୟ ଆଲୁମନା ର ମୁଖ୍ୟ ଶ୍ରୀ ବିଭୁ ମିଶ୍ର,ଏଫ ଆର ସି ହୀରାକୁଦର ଶ୍ରୀ ସନ୍ଦିପ୍ ରାୟ ,ଏଚ୍ ଆର ମୁଖ୍ୟ ଶ୍ରୀ ସୁବିର ମୁଖପାଧ୍ୟାୟ ,ଶ୍ରୀମତୀ ବିଭୂମିଶ୍ର ଯୋଗ ଦେଇ ସର୍ବଶ୍ରେଷ୍ଠ ବୋଲର ଭାବରେ ଶ୍ରୀ ଶୁଭେନ୍ଦୁ ଦାସ,ଉତ୍କଳ ଆଲୁମିନା ମ୍ୟାନ ଅଫ ଦି ମ୍ୟାଚ ଶ୍ରୀ ପ୍ରଭାସ ନାୟକ,ସ୍ମେଲଟର, ଶ୍ରୀ ଜ୍ୟୋତିରର୍ପିନ ନାୟକ,ମୁଖ୍ୟ ରକ୍ଷକପୁରସ୍କୃତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ରନର୍ସ ଅଫ ଦଳ ଉତ୍କଳ ଆଲୁମିନା କୁ ଶ୍ରୀ ବିଭୁ ମିଶ୍ର,ଶ୍ରୀ ପ୍ରସୂନ ମୁଖାର୍ଜୀ ,ଶ୍ରୀ ସନ୍ଦିପ ରାୟ ମୁଖ୍ୟ ମାନେ କପ୍ ପ୍ରଦାନ କରିଥିଲେ । ବିଜୟୀ ଦଳ ସ୍ମେଲଟରକୁ ମଧ୍ୟ ଏହି ମୁଖ୍ୟମାନେ ପ୍ରଦାନ କରିଥିଲେ ।

Share in top social networks!