ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଭାରତୀୟ ରେଡକ୍ରସ୍ ସୋସାଇଟି ,ଓଡିଶା ରାଜ୍ୟ ଶାଖା ପକ୍ଷରୁ ମହିଳା ମାନଙ୍କ ନିମନ୍ତେ ମାଗଣା ସ୍ୱାସ୍ଥ୍ୟ ଶିବିର

download (1) “ଆନ୍ତର୍ଜାତୀୟ ମହିଳା ଦିବସ-୨୦୧୪” ପାଳନ ଅବସରରେ ଭାରତୀୟ ରେଡକ୍ରସ୍ ସୋସାଇଟି ,ଓଡିଶା ଶାଖା ଓ ସତ୍ୟନଗର ଲେଡିଜ୍ ଫୋରମ୍ ର ମିଳିତ ସହଯୋଗରେ ସ୍ଥାନୀୟ ରାଷ୍ଟ୍ରୀୟ ହିନ୍ଦୀ ଭାଷାକେନ୍ଦ୍ର ,ଭୁବନେଶ୍ଵର ଠାରେ ମହିଳାମାନଙ୍କର ସ୍ତନ କର୍କଟ,ସ୍ତ୍ରୀ ପ୍ରସୂତି ଓ ଅନ୍ୟାନ୍ୟରୋଗ ନିଦାନ ନିମନ୍ତେ ଏକ ମାଗବା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରଯାଇଥିଲା । ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା,ମେୟର,ଭୁବନେଶ୍ଵର ମହାନଗର ନିଗମ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ରେଡକ୍ରସ୍ ସୋସାଇଟି ,ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ମଙ୍ଗଳା ପ୍ରସାଦ ମହାନ୍ତି,ସ୍ଥାନୀୟ କର୍ପୋରେଟର ସେଜ୍ ନିଜାମୁଦ୍ଦିନ ,ଓଡିଶା ରେଡକ୍ରସ୍ ରାଜ୍ୟ ଶାଖା ର ଅନୁସଚିବ ମିସ୍ ଅପ୍ରମିତା ମିଶ୍ର , ସତ୍ୟ ନଗର ଲେଡିଜ୍ ଫୋରମ ର ସର୍ବଶ୍ରୀ ଅନୁରାଧା ଦାସ,ସମ୍ପାଦିକା ,ସୌଦାମିନୀ ପଣ୍ଡା,ନିବେତିଦା ଭଞ୍ଜ ,ଝରଣା ପଣ୍ଡା,ସ୍ଵର୍ଣ୍ଣ ଦାସ, ଅରୁଣା ଜେନା,ବିଶ୍ଵନାଥ ଦାସ ଓ ମହାଦୀପ କର ପ୍ରମୁଖ ଉପସ୍ଥିତ ରହି ଏହି ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲେ । ଭାରତୀୟ ରେଡକ୍ରସ୍ ସୋସାଇଟି ,ଓଡିଶା ରାଜ୍ୟ ଶାଖା ପକ୍ଷରୁ ମହିଳା ମାନଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଜେନେରିକ ଔଷଧ ପ୍ରଦାନ କରାଯାଇଥିଲା । ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡା. ପ୍ରମିଳା ଦାସ ,ଡା.ସଞ୍ଜୁକ୍ତା ମହାପାତ୍ର ଏବଂ ରେଡକ୍ରସ୍ ଫାର୍ମାସିଷ୍ଟ ସୁଶ୍ରୀ ସ୍ଵାତିରେଖା ସାହୁ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Share in top social networks!